ପଦ୍ମପୁର,(shasak prashasak): ପାଇକମାଲ ବ୍ଳକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ସର୍କଲ ଗୋଁଡ କ୍ଷତ୍ରିୟ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରେନା ସର୍କଲ ଗୋଁଡ କ୍ଷତ୍ରିୟ ସମାଜର ସଭାପତି ବିଶ୍ବନାଥ ଧରୁଆଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମ ବୁଢା ଦେଓ ନାମରେ ପୂଜା ଅର୍ଚ୍ଚନା କରା ଯାଇଥିଲା। ସମସ୍ତ ମେମ୍ବର ମାନଙ୍କୁ ସ୍ବାଗତ ପରେ ସମାଜର ବାର୍ଷିକ ଆୟ ବ୍ଯୟ ଉପସ୍ଥାପନ କରାଯାଇଥିଲା । ଏହି ସଭାରେ ଘାସିରାମ ଭୋଏ, ଇନ୍ଦ୍ର ସିଂ ଭୋଇ,ପ୍ରଭୁନନ୍ଦ ଧରୁଆ, ଆନନ୍ଦ ପୁଟା,ଗୌରସେନ ଧରୁଆ,ଶୁକମତୀ ଧରୁଆ,ସୁବ୍ରତ ଦିୱୋନ,ପୁନତ ନେତାମ, ମୋତିଲାଲ ଧରୁଆ,ଦୁର୍ଯ୍ୟୋଧନ ପୁଟା,ଭୋଜରାମ ଧରୁଆ, ମଦନ ଭୋଇ,ଧନେଶ୍ଵର ଭୋଇ ପ୍ରମୁଖ ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ। ସଭା ଶେଷରେ ଶୁକଦେବ ମାଝୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.