ବୋଡାସମ୍ବର କପ କ୍ରିକେଟ ଉଦଯାପିତ: ଆରୱାଇସିସି ରାଉରକେଲା ଚମ୍ପିଆନ

0

ପଦ୍ମପୁର,(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଅନୁଷ୍ଠିତ ହୋଇଥିବା ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ରେ ୟୁନିୟନ ସ୍ପୋଟିଙ୍ଗ କଟକ କୁ ୩ ରନରେ ପରାସ୍ତ କରି ଆର ୱାଇ ସିସି ରାଉରକେଲା ଚମ୍ପିଆନ ହୋଇଛି ।

ରାଉରକେଲା ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି  ନିର୍ଦ୍ଧାରିତ ୩୦ ଓଭରରେ ୧୨୮ ରନ କରିଥିଲେ। ଦଳ ପକ୍ଷରୁ ହେମନ୍ତ ନାଏକ ୫୨ ରନ, ଏମିଡି ଫରହାନ ୨୨ ରନ କରିଥିଲେ। ଜବାବରେ ୟୁନିୟନ ସ୍ପୋଟିଙ୍ଗ ଦଳ ସମସ୍ତ ୱିକେଟ ହରାଇ ୧୨୫ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଅନୁରାଗ କାନୋଜିଆ ୩୩ ରନ, ସୌରଭ କାନୋଜିଆ ୨୦ ରନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ସମ୍ମାନିତ ଅତିଥି ଭାବେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ନୁଆପଡା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ ଯୋଗ ଦେଇ ବିଜେତା ରାଉରକେଲା ଦଳକୁ ଟ୍ରଫି ସହ ନଗଦ ୬୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ସେହିପରି ରାଉରକେଲା ଦଳର ୧୭ ବର୍ଷ ଯୁବ ବ୍ଯାଟସ ମ୍ୟାନ ହେମନ୍ତ ନାୟକଙ୍କୁ ମ୍ଯାନ ଅଫ ଦି ମ୍ଯାଚ ଓ ମ୍ଯାନ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ବୋଳର ଭାବରେ ରାଉରକେଲା ର ସନ୍ତୋଷ ମହାରଣା  ଶ୍ରେଷ୍ଠ ବ୍ଯାଟସ ମ୍ଯାନ ରୂପେ କଟକର ଜ୍ୟୋତି ରଞ୍ଜନ ଦଳାଇଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସଚ୍ଚିଦାନନ୍ଦ ପଣ୍ଡା ଓ ଅମୀୟ ଭୂଷଣ ସାହୁ ଖେଳ ପରିଚାଳନା କରିଥିଲେ। ସ୍ପୋର୍ଟିଙ୍ଗର ସଭାପତି ସୁନୀଲ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ  ଉଦଯାପନୀ ଉତ୍ସବରେ ସାମିଲ ଥିଲେ। ଶେଷରେ ସ୍ପୋର୍ଟିଙ୍ଗର ସଂପାଦକ ଭରତ ପଣ୍ଡା ଧନ୍ୟବାଦ ଅର୍ପଣ କରି ଉଦଯାପନୀ ଉତ୍ସବକୁ ସମାପ୍ତ କରିଥିଲେ।

 

 

 

Leave A Reply

Your email address will not be published.