କୋଟସମଲାଇ ଗ୍ରାମରେ ମହାମାୟୀ ପୂଜା ଉଦଯାପିତ ।

0 1

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମରେ ଦୀର୍ଘ ଦିନ ହେବ ମହିଳା ମାନେ ମା ମହାମାୟୀ ଙ୍କୁ ଭକ୍ତି ଓ ନିଷ୍ଠାପର ସହ ପୂଜା କରି ଆସୁଥିଲେ । ଆଜି ମହିଳାଙ୍କ ବ୍ରତ ସମାପନ ହେବାରୁ ଏହି ପୂଜାକୁ ମହାଆଡମ୍ବର ସହ ସମାପନ ହୋଇଯାଇଛି । ଆଜି ଗ୍ରାମର ବ୍ରତଧାରୀ ମହିଳା ମାନେ ନିକଟସ୍ଥ ପୋଖରୀ କଳସିରେ ପୂର୍ଣ୍ଣ ଜଳଧରି ନଗର ଶୋଭାଯାତ୍ରା ବାହାରି ରଘୁନାଥ  ମନ୍ଦିର ମଣ୍ଡପଠାରେ କଳସ ସ୍ଥାପନ କରି ମହାମାୟୀ ଙ୍କୁ  ଆରଧନା କରି ପୂଜା କରାଯାଇଥିଲା ।ଆଶୁତୋଷ ପୁରୋହିତ ପୂଜକ ଭାବେ ରହିଥିବା ବେଳେ  ଚନ୍ଦନ ପାଢୀ ଙ୍କ ସହଧର୍ମିଣୀ ଜୋତିମୟୀ ପାଢୀ  କର୍ତ୍ତା ଦାଇତ୍ବ ତୁଲାଇଥିଲେ । ମହାମାୟୀ ପୂଜାସ୍ଥଳୀପୂଜାସ୍ଥଳୀରେ ଅଞ୍ଚଳର ଶହଶହ ମହିଳା ଭକ୍ତ ସମାଗମ ହୋଇ ପ୍ରସାଦ ସେବନର ଯୋଗଦେଇଥିଲେ ।

Leave A Reply

Your email address will not be published.