ପଣ୍ଡାପାଲୀ ସ୍କୁଲରେ ସଡକ ସୁରକ୍ଷା ସପ୍ତାହ ପାଳନ ।

0 1

ବୀରମହାରାଜପୁର (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବ୍ଲକର ପଣ୍ଡାପାଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ସ୍କୁଲ ସମସ୍ତ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ, ଗ୍ରାମବାସୀ ମାନେ ହାତରେ ପ୍ଲାକାର୍ଡ ଓ ସଚେତନତା ବାର୍ତ୍ତା ଧରି ଗ୍ରାମରେ ଏକ ଶୋଭାଯାତ୍ରା ବାହାରି ବୀରମହାରାଜପୁର ଠାରୁ ସୋନପୁର ମୁଖ୍ୟରାସ୍ତା ରେ ବାଇକ ଆରୋହୀମାନଙ୍କୁ ସଚେତନତା କରାଯାଇଥିଲା । ଏହାପରେ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ସୁବାସ ମେହେରଙ୍କ ଅଧକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ଉଫୁଲା ସି ଆର ସି ସି ଭାବଗ୍ରାହୀ ମେହର ଯୋଗଦେଇ ସଡଖ ସୁରକ୍ଷା ଉପରେ ମତ ରଖିଥିଲେ ।ଏହି ସଭାରେ ଦେବମତୀ ରାଜହଂସ, ପ୍ରମିଳା ରାଜହଂସ, ଗୀତାଞ୍ଜଳି ରାଜହଂସ, ଘୁଣ୍ଡୁ ରାଜହଂସ, ଅନ୍ନ ମହାନଦଂ, ଆକାଶ ତାଣ୍ଡିଆ, କୌଶଲ୍ୟା ମହାକୁର, ଲଳିତା ମହାକୁର, ତପସ୍ଵିନୀ ପୁରୋହିତ, ଭୂମି ଖେତୀ, ଧରଣୀଧର ବାଘ,ରଞ୍ଜିତା ବେହେରା ଓ ଇଶ୍ବର ରାଜହଂସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସରକାରୀ ଶିକ୍ଷକ ମେଘନାଦ ଭୋଇ ସଚେତନତା ହିଁ ମୃତ୍ୟୁ ମୁଖରୁ ବଞ୍ଚାଇ ଥାଏ ବୋଲି ବକ୍ତବ୍ୟ ରଖିଥିଲେ ଓ ଧନ୍ଯବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.