ଡିକି ଭାଙ୍ଗି ୪୯ ହଜାର ଲୁଟ

0 1

ନୂଆପଡା/ ଅମିତ ପୁରୋହିତ : ବ୍ୟାଙ୍କ ସାମନାରୁ ଡିକି ଭାଙ୍ଗି ଲୁଟିନେଲେ ୪୯ ହଜାର ଟଙ୍କା । ନୂଆପଡା ଥାନାରେ ମାମଲା ରୁଜୁପରେ ପୋଲିସର ତନାଘନା ଜାରି ରହିଛି । 

ଆଜି ଦିନ ୧୨ ସମୟରେ ସ୍ଥାନିୟ ନୂଆପଡା ପଞ୍ଜାବ ନେସନାଲ ବ୍ୟାଙ୍କ ରୁ ୪୯ ହଜାର ଟଙ୍କା ଉଠାଇଥିଲେ ବେଲଟୁକୁରି ଥାନା ଭୋଥା ଗ୍ରାମର ଚାଷି ପରସରାମ ରଣା । ମଣ୍ଡିରେ ଧାନ ବିକିଥିବା ବେଳେ ତାଙ୍କ ଖାତାକୁ ଟଙ୍କା ଆସିଥିଲା ଯାହାକୁ ଉଠାଇବାକୁ ଆସିଥିଲେ ।୫୦ ଟଙ୍କିଆ ବଣ୍ଡଲ ୪୯ ହଜାର ଟଙ୍କା ତାଙ୍କ ମୋଟର ସାଇକଲ ଡିକିରେ ରଖି ସାଙ୍କରେ ଆସିଥିବା ତାଙ୍କ ଭଣଞ୍ଜା ସହ ବ୍ୟାଙ୍କ ସାମନାରେ ଥିବା ଏକ ଚା ଦୋକାନକୁ ଯାଇଥିଲେ । ମାତ୍ର କିଛି ସମୟ ମଧ୍ୟରେ ଟଙ୍କା ଗାୟବ କରିଦେଲା ଲୁଟେରା । ଡିକି ଭାଙ୍ଗିଥିବା ଦେଖି ଟଙ୍କା ଚେକ୍ କରିଥିଲେ ହେଲେ ଡିକି ଖାଲିଥିଲା । ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେବାପରେ ସିସି ଟିଭି ଚେକ କରିବା ସହ ବିଭିର୍ନ୍ନ ରାସ୍ତାକୁ ନାକାବନ୍ଦି କରି ଜୋରସୋର ତଦନ୍ତ ଚଳାଇଛି ନୂଆପଡା ପୋଲିସ ।

Leave A Reply

Your email address will not be published.