ଓଡ଼ଗାଁ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡା  ଉଦଯାପିତ ହୋଇଯାଇଛି । +୩ ର ୬୮ ଏବଂ +୨ ର ୬୦ ଜଣ ପ୍ରତିଯୋଗୀ ଅର୍ଥାତ ଉଭୟ ସ୍ତରରୁ ମୋଟ୍ ୭୦ ଜଣ ବାଳିକା ଓ ୫୮ ଜଣ ବାଳକ ଏଥିରେ ଅଂଶ ଗ୍ରହଣ କରିଥିଲେ । ୧୦୦ ମି, ୨୦୦ମି, ୪୦୦ମି, ଦୈାଡ଼, ଉଚ୍ଚ ଡିଆଁ, ଲମ୍ବଡିଆଁ,  ଡିସ୍କସ ଥ୍ରୋ, ଜାଭଲିନ୍, ମିୟୁଜିକ୍ ଚେୟାର ଖେଳ ପ୍ରତିଯୋଗୀତା ଅନୁଷ୍ଠିତ  ହୋଇଥିଲା । +୩ ସ୍ତରୀୟ ଖେଳରେ ୨ୟ ବର୍ଷର ଛାତ୍ରୀ ଅଞ୍ଜଳୀ ନାୟକ ଏବଂ +୨ ସ୍ତରରେ ଶୁଭମ  ରଣା ଚମ୍ପିୟାନ ଘୋଷିତ ହୋଇଥିଲେ । ଆଜିର ଏହି ଦିନିକିଆ କ୍ରିଡ଼ା ଉତ୍ସବର କ୍ରୀଡ଼ା ପତାକା ଉତ୍ତୋଳନ  କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ । କ୍ରୀଡ଼ା ସଂସଦ ଉପ ସଭାପତି ପ୍ରଦୀପ୍ତ କୁମାର ବିଶ୍ୱାଳ, କ୍ରୀଡ଼ା ଶିକ୍ଷକ ସରୋଜ କୁମାର ଦାଶ ପ୍ରତି ଯୋଗିତା ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ବିଶ୍ୱନାଥ ମହାରଣା, ବାବାଜୀ ପରିଡ଼ା, ମୈାସୁମୀ ମହାପାତ୍ର, ସୁକାନ୍ତ କୁମାର ସାହୁ, ରୋଜାଲିନ୍ ପଣ୍ଡା ପ୍ରମୁଖ ସହଯୋଗ କରିଥଲେ । 

 

Leave A Reply

Your email address will not be published.