ରକ୍ତ ରଞ୍ଜିତ ପୁରୁଣା ଯୋଗିଆପଲୀ ଗ୍ରାମ, ପୁରୁଣା ଅପରାଧୀ ସନ୍ତ ପାତ୍ର କୁ ହତ୍ୟା

10

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲୀ ଗ୍ରାମର ସନ୍ତୁ ପାତ୍ର ନାମକ ଜଣେ ଯୁବକ କୁ ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଜଣେ ପୁରୁଣା ଅପରାଧୀ ଓ ଗତକାଲି ସକାଳେ ଗ୍ରାମରେ ଏକ ନାଟ୍ୟ ମହୋତ୍ସବ ଧୁମଧାମରେ ପାଳିତ ହେଉଥିବା ବେଳେ କୌଣସି କଥାକୁ ନେଇ ଅଭିଯୁକ୍ତ ମାନଙ୍କ ସହ ସନ୍ତୁ ପାଟିତୁଣ୍ଡ ହୋଇଥିଲା ଓ ଘଟଣା ଏମିତି ରୁପ ନେଲା ଯାହାକି ପ୍ରାୟ ୫ ଜଣ ଯୁବକ ମିଳିତ ଭାବେ ବିଭିନ୍ନ ମାରଣାସ୍ତ୍ର ରେ ସନ୍ତୁକୁ ଆକ୍ରମଣ କରିଥିଲେ ଓ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ସନ୍ତୁର ବାପା କାମେୟା ପାତ୍ର ଛଡ଼ାଇବାକୁ ଯାଇ ସେ ମଧ୍ୟ ଆକ୍ରମଣ ର ଶୀକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଆହତ କାମେୟା ପାତ୍ର ର ଅଭିଯୋଗ କୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା କେବଳ ବର୍ତମାନ ଘଟଣା ନାହିଁ ପୁରୁଣା ଶତ୍ରୁତା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ଅଞ୍ଚଳରେ ଶୁଣିବାକୁ ମିଳୁଛି। କିଛି ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛନ୍ତି ବୋଲି ସୁଚନା ମିଳିଛି।

Leave A Reply

Your email address will not be published.