“ପାଲାକଳାକୁ ପରିମାର୍ଜିତ ଏବଂ ଶୃଙ୍ଖଳିତ କରିବା କ୍ଷେତ୍ରରେ ପାଲା ଗାୟକ ନିରଞ୍ଜନ ପଣ୍ଡାଙ୍କ ଅବଦାନ ଅତୁଳନୀୟ”

0

ଓଡ଼ଗାଁ/ ଶ୍ରୀକାନ୍ତ ମିଶ୍ର  : ଓଡ଼ଗାଁସ୍ଥିତ ଶ୍ରୀ ଶ୍ରୀରଘୁନାଥଙ୍କ ପବିତ୍ରପୀଠରେ ବର୍ଷିୟାନ୍ ପାଲା ଗାୟକ ନିରଞ୍ଜନ ପଣ୍ଡାଙ୍କ ବିୟୋଗରେ ଏକ ସ୍ମୃତି ସଭା  ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ଉପସଭାପତି ଗାୟକ କଳାନିଧି ମନୋଜ କୁମାର ମିଶ୍ରଙ୍କ ଆବାହକତ୍ୱରେ ନୟାଗଡ଼ ଦକ୍ଷିଣକାଳୀ ଚନ୍ଦ୍ରଶେଖର ପାଲା ଗାୟକ ମଣ୍ଡଳର ସଭାପତି ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି ।  ପାଲା ଜଗତ ପାଇଁ ଶ୍ରୀଯୁକ୍ତ ପଣ୍ଡା ଥିଲେ ଏକାଧାରାରେ ଜଣେ ମିଷ୍ଟଭାଷୀ, ମେଳାପୀ , ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ।  ଦୀର୍ଘଦିନ ପର୍ଯ୍ୟନ୍ତ  ଶ୍ରୀ ନୀଳାଚଳ ନିଖିଳଉତ୍କଳ  ପାଲା ଗାୟକ ପରିଷଦର ଉପସଭାପତି ଭାବେ ଦାୟିତ୍ୱ ତୁଲାଇବା ସହିତ ପାଲାକାରମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପାଲାକଳାକୁ ପରିମାର୍ଜିତ ଏବଂ ଶୃଙ୍ଖଳିତ କରିବା କ୍ଷେତ୍ରରେ ବରିଷ୍ଠ  ପାଲା ଗାୟକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପଣ୍ଡାଙ୍କ ଅବଦାନ ଥିଲା  ଅତୁଳନୀୟ । ସେ ମହାଶୟଙ୍କ ବିୟୋଗ ସମଗ୍ର ଓଡ଼ିଶାର  ପାଲା ଜଗତ ପାଇଁ  ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କତରାଯାଇଥିଲା । ଏଥିରେ ବରିଷ୍ଠ  ଗାୟକ  ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଗାୟକ ବାଚସ୍ପତି ଯୋଗିନାଥ ପତି, ପଂଚାନନ ସାହୁ , ତ୍ରିନାଥ ପଣ୍ଡା, ରାଜକିଶୋର ପ୍ରଧାନ, ଫକୀର ମୋହନ ଚମ୍ପତି, ପଂଚାନନ ମହାପାତ୍ରଙ୍କ ସମେତ ଶତାଧିକ ପାଲା ଗାୟକ, ବାୟକ, ପାଳିଆ ଯୋଗ ଦେଇଥିଲେ ।

  

Leave A Reply

Your email address will not be published.