ମୋ ଜଙ୍ଗଲ, ମୋ ପରିବେଶ ସଚେତନତା କାର୍ଯ୍ୟକ୍ରମ: ବୃକ୍ଷ ରୋପଣ, ବିଲୁପ୍ତ ଘରଚଟିଆଙ୍କ ବଂଶ ବିସ୍ତାର ଉପରେ ଗୁରୁତ୍ୱ

0

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):: ନୟାଗଡ ବନଖଣ୍ଡ ଅଧିକାରୀ ଧନରେଜ ଧନ୍ଧାର ହନୁମନ୍ତେଙ୍କ  ନିର୍ଦ୍ଦେଶ କ୍ରମେ ସୋମବାର ବାହାଡ଼ାଝୋଲା ସରକାରୀ ବାଳିକା ହାଇସ୍କୁଲରେ ‘ମୋ ଜଙ୍ଗଲ ମୋ ପରିବେଶ’ ସମ୍ପର୍କିତ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ବନପାଳ ସରିତା ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟ ସହିତ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟର ଛାତ୍ର/ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଓ ଏହାର ସଂରକ୍ଷଣ ନିତାନ୍ତ ଆବଶ୍ୟକ  । ଜୈବ ବିବନ୍ଧନ ପାଇଁ ବନ୍ୟ ପ୍ରାଣୀ ସୁରକ୍ଷିତ ରହିବାର ଆବଶ୍ୟକତା ରହିଛି । ଚାଳଘର ଲୋପ ପାଇଯାଉଥିବା ଯୋଗୁଁ ଘରଚଟିଆ ଏବଂ ଅନୁକୂଳ ପରିବେଶ ନପାଇବାରୁ ବାଇ ଚଢେଇର ବଂଶ ବିସ୍ତାର ହୋଇପାରୁନାହିଁ । ପ୍ଳାଷ୍ଟିକ ଓ ପଲିଥିନ ରୁପକ ରାକ୍ଷସ ଠାରୁ ଦୁରେଇ ଯିବାକୁ ହେଲେ ତାର ବ୍ୟବହାରକୁ ରୋକିବାକୁ ପଡିବ ବୋଲି ଉକ୍ତ ସଭାରେ ଯୋଗଦେଇଥିବା ପରିବେଶପ୍ରେମୀ ଅନ୍ତର୍ଯ୍ୟାମୀ ସାହୁ(ଗଛ ସାର୍), ବନପାଳ ଶୁଭେନ୍ଦୁ ପ୍ରସାଦ ନାୟକ, ବନରକ୍ଷୀ ଧରଣୀଧର ନାୟକ, ବରିଷ୍ଠ  ଶିକ୍ଷୟିତ୍ରୀ ନିରୁପମା ଦାସ, ପ୍ରସନ୍ନା ମଲ୍ଲିକ, ପ୍ରଜ୍ଞା ମଲିକ, ବିମଳା ସାହୁ ଓ ଖବରଦାତା ପଂଚାନନ ସାହୁ ପ୍ରମୁଖ କହିଥିଲେ । ଶେଷରେ ପ୍ରଶ୍ନ uttar କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । 

 

              

 

Leave A Reply

Your email address will not be published.