ହରଭଙ୍ଗା / ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ସରସରା ଖେଳ ପଡ଼ିଆରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ସରସରା, ବାର୍ଷିକ କ୍ରୀଡା ପ୍ରତିଯୋଗିତା -2020ର ଉଦ୍ଘାଟନ ହେଇଛି । ଉଦଘାଟନ ଉତ୍ସବରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ଏବଂ ଖେଳ ଶିକ୍ଷକ ନିରଞ୍ଜନ ବେହେରା, ତତ୍ଵାବଧାନରେ ବରୁଣ ପ୍ରଧାନ, ତପନ ନାଏକ,କୃଷ୍ଣଚନ୍ଦ୍ର ସେଠୀ, ଶିକ୍ଷକ ଦୀନବନ୍ଧୁ ପତି,ଗଣେଶ୍ୱର ଦାସ ମଧୁସୁଦନ ପ୍ରଧାନ, ପ୍ରଦୀପ କୁମାର ସାହୁ, ରାଜଲଷ୍ମୀ ପ୍ରଧାନ, ସବିତା ସୁନ୍ଦରୀ ପାଣିଗ୍ରାହୀ, ସର୍ବେଶ୍ୱର ସାହୁ, ବିଦ୍ୟାଳୟ ଅନ୍ୟ କର୍ମଚାରୀ ସମସ୍ତ ଉପସ୍ଥିତ ଥିଲେ । ଏଥିରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନେଇ ବାର୍ଷିକ କ୍ରୀଡା ପ୍ରତିଯୋଗିତା ହୋଇଥିଲା l ବାଳକ ବିଭାଗ , ବାଳିକା ବିଭାଗ ଙ୍କୁ ନେଇ ଦୌଡ , ଲମ୍ବ ଡିଆଁ , ସଟ୍ ଫୁଟ , ଆଦି ଆଜି ପ୍ରତିଯୋଗିତା ହେଇଛି ।
Sign in
Sign in
Recover your password.
A password will be e-mailed to you.