ଓଡ଼ିଶାର ଗର୍ବ ଅଂଶୁମାନ : ଆଇଇଏସ ପରୀକ୍ଷାରେ ସର୍ବଭାରତୀୟ ଟପର

0

ଭୁବନେଶ୍ୱର :  ୟୁନିଅନ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ  ସର୍ବଭାରତୀୟ ଅର୍ଥନୈତିକ ସେବା(ଆଇଇଏସ) ପରୀକ୍ଷାରେ ଓଡ଼ିଶାର ଅଂଶୁମାନ କାମିଲା  ସାରା ଦେଶରେ ଟପର ହୋଇଛନ୍ତି | ସର୍ବ ଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇଥିବା ୩୨ ଜଣଙ୍କ ମଧ୍ୟରେ ଅଂଶୁମାନ ଏକ ନମ୍ବର ସ୍ଥାନରେ ରହି ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ପ୍ରଥମରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଅଂଶୁମାନଙ୍କ ଏହି ସଫଳତା ଓଡିଶା ପାଇଁ ଗୌରବ ଆଣିଦେଇଛି | ଅଂଶୁମାନ ହେଉଛନ୍ତି ପୂର୍ବତନ ମୁଖ୍ୟ ମହା ଡାକପାଳ ସନ୍ତୋଷ କୁମାର କାମିଲା ତଥା ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତଥା ଅର୍ଥନୀତି ପ୍ରାଧ୍ୟାପିକା ଡ଼ ମିତାଲି ଚିନ୍ନରାଙ୍କ ସୁପୁତ୍ର |

ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ କଲେଜ୍‌ରୁ ଅର୍ଥନୀତି ଶାସ୍ତ୍ରରେ  ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଜେଏନ୍‌ୟୁରେ ଏମ୍‌ଫିଲ୍‌ କରିଥିଲେ ଅଂଶୁମାନ | 

 

Leave A Reply

Your email address will not be published.