ବିଜୁ ଏକ୍ସପ୍ରେସ ୱେରେ ନିର୍ମାଣାଧୀନ ପୋଲର ଗାଡର ଖସି ପଡିବା ଘଟଣା:  ପୋଲ ନିକଟରେ ଆଞ୍ଚଳିକ କୃଷକ ମହାସଂଘର ଶାନ୍ତିପୂର୍ଣ୍ଣ ଧାରଣା

0

ବରଗଡ :- ଗତ ଆଠ ତାରିଖ ଦିନ ପାଇକମାଲ ରୁ ନୂଆପଡା ରାସ୍ତାରେ ବିଜୁ ଏକ୍ସପ୍ରେସ ୱେ ରେ ନିର୍ମାଣାଧୀନ ପୋଲର ଏକ ଗାଡର ଖସି ପଡିବା ଘଟଣାକୁ ନେଇ ଆଜି ଆଞ୍ଚଳିକ କୃଷକ ମହାସଂଘର କର୍ମକର୍ତ୍ତା ମାନେ ମହାସଂଘର ସଭାପତି ଶ୍ରୀ ଗିରିଶ ଡ଼ନସନା ଙ୍କର ନେତୃତ୍ୱରେ ନିର୍ମାଣ ସ୍ଥଳରେ ଧାରଣାରେ ବସିଛନ୍ତି । ମହାସଂଘର ଦାବି ହେଲା ଘଟଣାର ଉଛିତ ତଦନ୍ତ କରିବା ସହିତ ନିର୍ଦ୍ଧାରିତ ମାନ ଅନୁସାରେ ନିର୍ମାଣ କାର୍ୟ୍ଯ କରାଯାଉ ଯାହା ଫଳରେ ପୋଲ ଓ ରାସ୍ତା ଦୀର୍ଘସ୍ଥାୟୀ ହେଇ ପାରିବ । ବର୍ତ୍ତମାନ ସୁଦ୍ଧା କୋଣସି ବିଭାଗୀୟ ଅଧିକାରୀ ଧାରଣା ସ୍ଥଳକୁ ପହଂଛି ନାହାନ୍ତି । ଯଦି ଉପରିସ୍ଥ ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଂଛି ଧାରଣା ରତ କର୍ମକର୍ତ୍ତା ଙ୍କର ସହିତ ଆଲୋଚନା ନକଲେ ଆଗାମୀ ଦିନରେ ପଦ୍ମପୁର ନୂଆପଡା ରାସ୍ତା ଜାମ କରିଦିଆଯିବ ବୋଲି ମହାସଂଘର କର୍ମକର୍ତ୍ତା ଶ୍ରୀ ବିଶ୍ୱନାଥ ବାଗ , ନର୍ସିଂ ବଂଛୋର , ନିରଞ୍ଜନ ଦଣ୍ଡସନା , ବ୍ରାମହା ବେନିଆ , ଶରତ ତାଣ୍ଡି ପ୍ରମୁଖ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.