ନୂଆପଡା ଜିଲ୍ଲା ସାମ୍ୱାଦିକ ସଙ୍ଘ(ଏନଜେଡଏସଏସ) ସାଧାରଣ ବୈଠକ

0

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ ସମିତି ବିଶ୍ରାମ ଗୃହ  ଆନୁକୂଲ୍ୟରେ ନୂଆପଡା ଜିଲ୍ଲା ସାମ୍ୱାଦିକ ସଂଘ ର ସାଧାରଣ ବୈଠକ  ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟିକୁ ଏନଜେଡଏସଏସ ସଂପାଦକ ରୁଦ୍ର ବାଗ ପରିଚାଳିତ କରିଥିବା ବେଲେ ସଭାପତି ସୁବାସ ପଟ୍ଟନାୟକ, ଉପ ସଭାପତି ସୁରେଶ ତିୱାରୀ, ପୁର୍ବତନ ସଭାପତି ଗଜିନ୍ଦ୍ର ନିଆଲ, ବିଜୟ ସହିସ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ପାଢ଼ୀ ମଂଚାସୀନ ରହିଥିଲେ। ନୂଆପଡା ଜିଲ୍ଲାରେ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା  ବିଭିନ୍ନ ସମସ୍ୟା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ସଂଘର   ପକ୍ଷରୁ ବ୍ଲକ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା | ନୂଆପଡା  ଜିଲ୍ଲା ସାମ୍ୱାଦିକ ସଂଘ ର ନୂଆପଡା, କୋମନା, ଖଡିଆଳ, ସିନାପାଲି, ବୋଡେନ ବ୍ଲକର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ସଭା ଶେଷରେ କୋଷାଧ୍ୟକ୍ଷ ବିଶ୍ୱଜିତ୍ ପାଢ଼ୀ ଧନ୍ୟବାଦ  ଜଣାଇଥିଲେ।

 

Leave A Reply

Your email address will not be published.