ଅଲଗା ଏ କୃଷ୍ଣ, ଭିନ୍ନ ତାଙ୍କ ବଇଁଶୀ ବଜେଇବାର ଶୈଳୀ

0

  କେବେ ବି ପାଟିରେ ବଜାଇନାହାନ୍ତି ବଇଁଶୀ  

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ସମୁଦାୟ ୨୫ ଜଣଙ୍କୁ ନେଇ ମାଁ କରମସାନୀ ବିନ୍ଧ୍ୟବାସିନୀ କଲଙ୍ଗା ପାର୍ଟି ଦଳ | ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ  ପୌଷ ପୂର୍ଣ୍ଣିମା ଦିନ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ସମସ୍ତ ଗ୍ରାମ କରମସାନୀ ବଂଶୀ ବାଦକ ସହ ଘୁମୁରା ନାଚ ତାଳେ ତାଳେ ପରିକ୍ରମା କରି ଜନ ସାଧାରଣଙ୍କ ମନସ୍କାମନା ପୂର୍ଣ୍ଣ କରିବାକୁ ଭଗବାନଙ୍କ ଠାରେ ଗୁହାରି କରି ଥାଆନ୍ତି। କରମସାନୀ ବିନ୍ଧ୍ୟବାସିନୀ କଲଙ୍ଗା ପାର୍ଟି ଦଳରେ ଏକ ନିଆରା ବଂଶୀ ବାଦକ ରମେଶ ବରିହା କୃଷ୍ଣ ବେଶରେ ତାଙ୍କ ନାକରେ ବଂଶୀ ବଜାଇ ଜନସାଧାରଣଙ୍କୁ ମନକୁ ଆକୃଷ୍ଟ କରିବା ସହ ବିମୋହିତ କରି ପାରନ୍ତି। ସେ କେବେ ମଧ୍ୟ  ତାଙ୍କ ମୁହଁରେ ବଂଶୀ ବଜାଇ ନାହାଁନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏଭଳି କଳାକାରକୁ ଲୋକ ଲୋଚନକୁ ଆଣିବାକୁ ଏକ ପ୍ରୟାସ ମାତ୍ର ।

 

Leave A Reply

Your email address will not be published.