ଆଖି ବୁଜିଦେଲେ ଗଜପତି 

0

ଭୁବନେଶ୍ୱର (ଶାସକ ପ୍ରଶାସକ) :ଶେଷରେ ଆଖି ବୁଜିଦେଇଛନ୍ତି ପାରଳା  ଗଜପତି ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେଓ | ଭୁବନେଦ୍ୱାରର ଏଜ ଘରୋଇ ହସ୍ପିଟାଲରେ ୭୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି | ଦୀର୍ଘ ଦିନ ଧରି ଗଜପତି ମହୋଦୟ ଅସୁସ୍ଥ ଥିଲେ ଓ ହୃଦରୋଗ  ଜନିତ ସମସ୍ୟା ପାଇଁ ଚିକିତ୍ସିତ ଥିଲେ | ବହୁଦିନ ଧରି ସେ ଚେନ୍ନାଇରେ ଚିକିତ୍ସାଧିନ ଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର ଦେଇଥିବା ସୂଚନାରୁ ଜଣାପଡିଛି | 

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୬, ୧୯୪୩ରେ ଜନ୍ମିତ ଗଜପତି ମହୋଦୟ ନବମ ଓ ଦଶମ ଲୋକସଭାରେ ସଂସଦ ଥିଲେ | କଂଗ୍ରେସ ଦଳ ଟିକଟରେ  ସେ ବ୍ରହ୍ମପୁର  ନିର୍ବାଚନ ମଣ୍ଡଳୀରୁ ଦୁଇଥର ସଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ପରେ ସେ ଭାରତୀୟ ଜନତା ପାର୍ଟି ଓ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ | 

ବିଜେପିର ଶୋକ 

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ବିୟୋଗରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା କୁମାରୀ ସିଂହଦେଓ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

 

Leave A Reply

Your email address will not be published.