ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସ୍ଥିତ କୁସୁନାପଡା ର କେତେକ ବ୍ୟକ୍ତି ବିଜୁ ଏକ୍ସପ୍ରେସ ୱେ ରାସ୍ତା ଉପରେ ଥିବା ପୁରାତନ ଡ୍ରେନକୁ ପୁନଃ ଉଦ୍ଧାର କରିବା ପାଇଁ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କୁସୁନାପଡା ନିକଟ ବର୍ତ୍ତୀ ରାସ୍ତା ରେ ପୂର୍ବରୁ ଏକ ଡ୍ରେନ ଥିଲା। ଯାହାକି ଏବେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ନିର୍ମାଣ ହେତୁ ସେହି ଡ୍ରେନ ପୋତି ହୋଇଯାଇଛି। କୁସୁନାପଡା ଭିତରୁ ବାହାରୁ ଥିବା ମଇଲା ଅବର୍ଜନା ଜନୀତ ପାଣି ଡ୍ରେନ ନ ଥିବା ହେତୁ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡରେ ଜମି ଯାଇ ବାହାରକୁ ଯାଇ ପାରୁ ନାହିଁ। ଫଳରେ ଜନ ସାଧାରଣ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେଣୁ ଏହି ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡରେ ଏକ ଡ୍ରେନ ନିର୍ମାଣ କରାଯାଇ ମଇଲା ପାଣି ନିଷ୍କାସିନ କରିବା ପାଇଁ କୁସୁନାପଡାର ଶୁଭେନ୍ଦୁ ପଣ୍ଡା, ସୁଧିର କୁମାର ପଣ୍ଡା,ଯତୀନ୍ଦ୍ର ପ୍ରଧାନ,ସୁଧାଂଶୁ ପଣ୍ତା, ଫିରୋଜ ଚୂଲିଆ, ଗୋପାଳ ତାଣ୍ଡି, ଭାଗୀରଥୀ ଛତ୍ରିଆ ପ୍ରମୁଖ ଦାବି କରିଛନ୍ତି। ଏ ସଂପର୍କରେ ବରଗଡ ଜିଲ୍ଲା, ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post