ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଚାନକ ପହଂଚିଲେ ଜିଲ୍ଲାପାଳ 

16

 ମହିଳା ଏବଂ ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାଉଂଟର ଖୋଲିବା ପାଇଁ ନିର୍ଦେଶ

ରାୟଗଡା(ସରୋଜ ସାହୁ)  ରାୟଗଡା ଜିଲ୍ଲାପାଳ ଅଚାନକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଧାଡି ବାନ୍ଧି ଠିଆ ହୋଇଥିବା ଲୋକ ମାନଙ୍କ ସହ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା  ସବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏଥି ସହ ଆରଟିଓ ଅଫିସ ଦଲାଲ ମୁକ୍ତ ହେବା ପରେ ଅସାଧୁ ଉପାୟରେ କିଏ ଲାଂଚ ମାଗୁଛନ୍ତି କି ନାହିଁ ସେ ନେଇ ଉପସ୍ଥିତ ଲୋକ ମାନଙ୍କୁ ପଚାରି ବୁଝିଥିଲେ । ଦୁଇ ଚକିଆ ଯାନ ଚଲାଇବା ସମୟରେ ହେଲମେଟ ଏବଂ ଚାରିଚକିଆ ଯାନ ଚଲାଇବା ସମୟରେ ସିଟ ବେଲ୍ଟ ବାନ୍ଧିବାକୁ ଲୋକ ମାନଙ୍କୁ ପରାମର୍ଶ ଦେଇଥିଲେ । ମହିଳା ଏବଂ ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାଉଂଟର ଖୋଲିବା ପାଇଁ ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇଙ୍କୁ ନିର୍ଦେଶ ଦେଇଥିଲେ  । 

 

Leave A Reply

Your email address will not be published.