ବରଗଡ (ଶାସକ ପ୍ରଶାସକ):- ବରଗଡ ଜିଲା ଭଟ୍ଲିସ୍ଥିତ ଏସ୍ଡିସିସି ବ୍ୟାଙ୍କର ମହିଳା ଉପଭୋକ୍ତା ଅପରାଜିତା ମିଶ୍ରଙ୍କର ଆକାଉଣ୍ଟରୁ ଜାଲ ଚେକ୍ରେ ଜାଲିଆତି କରି ୬.୮୨ ଲକ୍ଷ ଠକେଇ ମାମଲାର ଆଜି ବରଗଡ଼ ପୋଲିସ ଖୁଲାସା କରିଛି । ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉକ୍ତ ଘଟଣାର ପର୍ଦାଫାଶ କରିବା ସହିତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ ଟାଉନ ଥାନା ପିପିଲିପାଲି ଗ୍ରାମର ନବୀନ କୁମ୍ଭାର, ବରଗଡ ମନାବନ୍ଧ ପଡାର ମାନସ କୁମାର ମଲ୍ଲିକ, ବିଶିପଡାର ରାଜୁ ଓରଫ ଦୀପକ ମହାନନ୍ଦ ଏବଂ ଅମ୍ବାଭୋନା ଥାନା ବେନିଆପାଲିର ଦୀପକ ଭୋଇ। ପୋଲିସ ଅଭିଯୁକ୍ତ ମାନଙ୍କର ନିକଟରୁ ୨ଲକ୍ଷ ୩୯ହଜାର ୫୦୦ ଟଙ୍କା, ନକଲି ଚେକ୍, ନୂଆ ସ୍କୁଟି ଆଦି ଜବତ କରିବାରେ ସଫଳ ହେଇଛି। ସାମ୍ବାଦିକ ସମ୍ମିଳନୀରେ ଏସପି ପଦ୍ମିନୀ ସାହୁ, ଏହି ଘଟଣାର ଆହୁରି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନସ ଏସ୍ଡିସିସି ବ୍ୟାଙ୍କର ଜଣେ କମ୍ପ୍ୟୁଟର ଅପରେଟର ତଥା ସେ ଏହି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଏସପି ସୂଚନ ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.