ଜେଏନୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲା ଏଓବିଏସଓ ଛାତ୍ରସଂଘ

0

ପ୍ରତିବାଦରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି  ମହମବତୀ ଶୋଭାଯାତ୍ରା

Bhubaneswar(shasak prashasak) : ଜେଏନୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କଉପରେ ଆକ୍ରମଣକୁ ନିନ୍ଦା କରିଛି  ଅଲ୍ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଛାତ୍ରସଂଘ | ଗଣତାନ୍ତ୍ରିକ ବ୍ୟବସ୍ଥାରେ ହିଂସାର ସ୍ଥାନ ନଥିବା ବେଳେ ଜେଏନୟୁ ଛାତ୍ରଛାତ୍ରୀ ଓ ପ୍ରଧ୍ୟାପକଙ୍କ ଉପରେ ଯେଉଁ ଭଳି ବର୍ବରୋଚିତ ଆକ୍ରମଣ ହେଲା ତାହା ଅତ୍ୟନ୍ତ ଘୃଣ୍ୟ  ଓ ଅମାନବୀୟ କାର୍ଯ୍ୟ ବୋଲି କହିବା ସହ ଉକ୍ତ ଆକ୍ରମଣ ଘଟଣାରେ ସମ୍ପୃକ୍ତ  ଦୋଷୀଙ୍କ ବିରୋଧରେ କଠୋରରୁ କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରାଜମହଲ ଛକ ଠାରେ (ଏଓବିଏସ୍ଓ) ଛାତ୍ରସଂଘ  ପକ୍ଷରୁ ଏକ ସଲିଡାରୀଟି  ମହମବତୀ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି ।

ଏହିଶୋଭାଯାତ୍ରାରେ ସଂଘର ପ୍ରତିଷ୍ଠାତା  ତଥା ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀଙ୍କ ତତ୍ୱାବଧାନରେ ତଥା ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଉପ ପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ ଓ ବାସୁଦେବ ସାଙ୍କ ନେତୃତ୍ୱରେ ଉପଦେଷ୍ଟା ଆଲୋକ କୁମାର ବେହେରା, ଅମୀୟ ରଞ୍ଜନ ଦାସ,କିଶୋର ବେହେରା, ଅନନ୍ତ ନାରାୟଣ ଜେନା, ପବନ ସ୍ୱାଇଁ, ଅଜୟ କୁମାର, ଆଚାର୍ଯ୍ୟ ରକି ପ୍ରିୟଦର୍ଶନ, ଚିନ୍ମୟ ଦାସ, ହିରକ ଜ୍ୟୋତି  ରାୟ, ଶତାବ୍ଦୀ ମିଳନ ବେଉରା, ଜ୍ଞାନଜିତ୍ ଦାସ, ସୋମ୍ୟରଞ୍ଜନ ସାମଲ, ସମ୍ବିତ ପରିଡା, ସ୍ୱଦେଶ କୁମାର ନାୟକ,ରାଜେଶ ରୋଶନ ବେହେରା, ସୁବ୍ରମନ୍ୟୁ ବାରିକ, ପାର୍ଥ ସାହୁ, ସୌରଭ, ପ୍ରସାଦ, ଆରିଫ୍ ଆଦି ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.