ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଭଦ୍ରକରେ ସ୍ୱାସ୍ଥ୍ୟସେବାକୁ ଅଧିକ ଉନ୍ନତ କରିବ : ବିଧାୟକ ଶ୍ରୀ ମଲ୍ଲିକ 

0

ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ହେବ ୩ଶହ ଶଯ୍ୟା

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଳାରେ ସ୍ୱାସ୍ଥ୍ୟ ସେବା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କେତେକ ନିଷ୍ପତି ନେଇଥିବା ଜଣାଯାଇଛି । ମୋ ସରକାର ଟିମ୍ ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କ ମତାମତ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତି ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟର ଉନ୍ନତି ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ୭ (୬+ଜି) ମହଲା ବିଶିଷ୍ଟ ଏକ ନୂତନ ଜିଲ୍ଳା ଚିକିତ୍ସାଳୟ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ଏଥିରେ ୩ଶହଟି ଶଯ୍ୟା ରହିବ । ବତ୍ତର୍ମାନ ଯେଉଁ ବିଲଡିଂରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି, ସେଥିରେ ୧୯୧ଟି ଶଯ୍ୟା ରହିଛି । ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶଯ୍ୟା ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯାଇଛି । ରୋଗୀ ମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ୨୦ଲକ୍ଷ ଟଙ୍କାର ଏକ ବିଶ୍ରାମାଗାର ନିର୍ମାଣ କରାଯିବା ସହିତ ଓପିଡି ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ । ରୋଗୀ ଓ ଆଟେଣ୍ଡାଣ୍ଟ ମାନଙ୍କ ସୁବଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆର ବିକାଶ କରାଯିବ । ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ ଓ  ଜିଲ୍ଲାପାଳ ଜ୍ଞାନ ଦାସ  ସୂଚନା ଦେଇଛନ୍ତି । ଏହା ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବହୁ ପରିବର୍ତ୍ତନ ହେବ ବୋଲି ପ୍ରକାଶ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଭଦ୍ରକରେ ସ୍ୱାସ୍ଥ୍ୟସେବାକୁ ଅଧିକ ଉନ୍ନତ କଟିବାରେ ସହାୟକ ହୋଇପାରିବ ବୋଲି ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି | 

Leave A Reply

Your email address will not be published.