ପାଇକମାଲ ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

0 1

ପଦ୍ମପୁର(ଶାସକ ପ୍ରଶାସକ) :ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ ଯାପିତ ହୋଇଯାଇଛି । ଏହି ଅବସରରେ ଆତ୍ମସୁରକ୍ଷା ତାଲିମ ଶିବିର ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟାପକ ପ୍ରଭାତ କୁମାର ବିଶ୍ଵାଳ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଝିଅ ମାନଙ୍କୁ ସାଂପ୍ରତିକ ସମୟରେ ଆତ୍ମସୁରକ୍ଷାର ପ୍ରାସଙ୍ଗିକତା ଉପରେ ଧାରଣା ଦେଇଥିବାବେଳେ ଅଧ୍ଯକ୍ଷ ଲୋହିତ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷଣ ପ୍ରାପ୍ତ   ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ପ୍ରଦୀପ୍ତ କୁମାର ସାହୁ ଓ ପ୍ରଦୀପ କୁମାର ଦେୱାନ ମଧ୍ୟ  ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରରେ ୧୦୬ ଜଣ ପ୍ରଥମ ବର୍ଷ ଛାତ୍ରୀ ଭାଗ ନେଇଥିବାବେଳେ ପ୍ରଶିକ୍ଷକ ଖୁଲଣା ସିଦାର ଓ ନନ୍ଦିନୀ ରାଉତ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଓ ଅଧ୍ଯାପିକା ମୀନା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.