ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

0 1

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍କୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାଧାରଣ ତନ୍ତ୍ର ଦିବସକୁ ସରସ ସୁନ୍ଦର ତଥା ଆକର୍ଷଣୀୟ ଭାବରେ ପାଳନ,ଜାନୁଆରୀ ୨୬ ତାରିଖ ଦିନ ପ୍ରାତଃ ୪ ଘ ମି ସମୟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡାକ ବାଜି ଯନ୍ତ୍ର ଯୋଗ  ରାମ ଧୁନ ପରିବେଷଣ, ସହର ମଧ୍ୟରେ ଥିବା ମହା ପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଆଦି କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ସବଜେଲ, କୁଷ୍ଠାଶ୍ରମ, ଉପଖଣ୍ଡ ଚିକିତ୍ସାଳୟରେ ଫଳ ଓ ବିସ୍କୁଟ ବଣ୍ଟନ କରାଯିବ।  ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ଓ ସତ୍କାର, କାଳ ମନ୍ଦିର ୟୁଥ କ୍ଲବ, ମାରୱାଡି ଯୁବାମଞ୍ଚ, ଲାୟନ୍ସ କ୍ଲବ, ଅଞ୍ଚଳ କଲେଜ ଯୁବ ରେଡକ୍ରସଙ୍କ ମିଳିତ ସହଯୋଗରେ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ସ୍ଥିର ହୋଇଛି। ବିଗତ କ୍ଷେତ୍ରରେ ଉଲ୍ଲେଖନୀୟ ସହଯୋଗ ଓ ଉପଖଣ୍ଡ କୁ ଗୌରବାନ୍ୱିତ କରିଥିବା ବ୍ଯକ୍ତି ବିଶେଷ ଏବଂ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉକ୍ତ ପ୍ରସ୍ତୁତି ବୈଠକ ରେ ପଦ୍ମପୁର ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ, ରାଜ ବୋଡାସମ୍ବର ବିଡିଓ ତ୍ରିବିକ୍ରମ କୁମୁରା, ସହକରୀ ଜିଲ୍ଲାପାଳ ଦୀପ୍ତିମୟୀ ଭୁଏ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବେଚ୍ଛାସେବୀ, ସାଂସ୍କୃତିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ସାମ୍ବାଦିକ, ସହର ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷ ରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.