ଗଡ଼ୱାଲ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମେଳା ଜମିଲାଣି 

0 1

ମୟୂରଭଞ୍ଜରେ ପକ୍ଷୀ ଗଣନା ଆରମ୍ଭ ।

ବାରିପଦା(ଦିଲ୍ଲୀପ ମହାନ୍ତି )- ସମଗ୍ର ରାଜ୍ୟରେ ଶୀତ ଦିନିଆ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଆଜିଠାରୁ ଆରମ୍ଭ ହୋଇଛି। ଶିମିଳିପାଳ ଅଞ୍ଚଳକୁ ଲାଗିଥିବା ବାରିପଦା, ରାଇରାଙ୍ଗପୁର, କରଞ୍ଜିଆ ଆଦି ତିନୋଟି ଫୋରେଷ୍ଟ ରେଞ୍ଜ ଅଞ୍ଚଳରେ ଥିବା ପ୍ରାୟ ୧୦୦ ରୁ  ଅଧିକ ଜଳାଶୟ ସ୍ଥାନରେ ଚାଲିଛି ପକ୍ଷୀ ଗଣନା। ବନ ବିଭାଗ ରେଞ୍ଜ ଅଧିକାରୀ ଓ ସହଯୋଗୀ ବନ କର୍ମଚାରୀଙ୍କ ସହାୟତାରେ ପୂର୍ବାହ୍ନ ସାଢ଼େ ୬ରୁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଉ ଥିବା ସମୟରେ ଜିଲ୍ଲାକୁ ପାଖାପାଖି ୧୧୦୦ ରୁ ଅଧିକ ଦେଶୀୟ ପକ୍ଷୀ ଆସିଥିବାର ଗଣନା ସମୟରେ ଦେଖିବାକୁ ମିଳିଛି । ସେହିପରି  ଗଡ଼ୱାଲ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବାର ସୂଚନା ମିଳିଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ରହିଛି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.