କଲେଜ ପରିସରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିୟମର ନିର୍ମାଣ ହେବ

0 1

ବାଲ୍ୟବନ୍ଧୁ ଅନଙ୍ଗଙ୍କ ଅନୁରୋଧ ରଖିଲେ ନବୀନ, ଡିସେମ୍ବର ୨୪ରେ ଏୟୁ ଦେଇଥିଲେ ଅନୁରୋଧ ପତ୍ର 

ଅନୁରୋଧ ବିଚାରକୁ ନେଇ  ଭିତ୍ତିଭୂମୀ ପାଇଁ ଦେଲେ ୫୦ କୋଟିର ପ୍ୟାକେଜ

ବଲାଙ୍ଗୀର : ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଓ ନିରୋଜ ମିଶ୍ର ) ଶିକ୍ଷା ଦ୍ୱାରା ହିଁ ସମାଜରେ ପରିବର୍ତ୍ତନ ଅଣାଯାଇପାରିବ। କେବଳ ଜ୍ଞାନ ଓ ଶିକ୍ଷା ସାହାଯ୍ୟରେ ଗୋଟିଏ ରାଷ୍ଟ୍ରର ଭାଗ୍ୟ ବଦଳାଇ ହେବ। ସେଥିପାଇଁ ଯୁବକମାନଙ୍କ ମଧ୍ୟରେ ଜ୍ଞାନ କୌଶଳର ବିକାଶର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର କଲେଜର ପ୍ଲାଟିନମ୍‍ ଜୁବୁଲିର ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜର ଭିତ୍ତିଭୂମି ବିକାଶ ପାଇଁ ୫୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।

ଏହା ବ୍ୟତୀତ କଲେଜ ପରିସରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିୟମର ନିର୍ମାଣ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏସବୁ ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ବୈଷୟିକ କଳାକୌଶଳ ଦିଗରେ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଲାଭ କରିବେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ହ୍ୟୁମାନ  ସାଗରଙ୍କ ଗିତରେ ଝୁମିଲେ ଦର୍ଶକ।

ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲିରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କଲେଜ ତଥା ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମୀ ପାଇଁ ୫୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ଯୋଗୁ  ବଲାଙ୍ଗୀରବାସୀ ଖୁସି ଥିବା ବେଳେ ବିଜେଡିର  ବରିଷ୍ଠ ନେତା ଅନଙ୍ଗଉଦୟ ସିଂଦେଓ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଆସିବା ପୂର୍ବରୁ ଗତ ୨୪ ଡିସେମ୍ବରରେ ପୂର୍ବତନ ସାଂସଦ ଅନଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ନବୀନ ନୀବାସରେ ଭେଟି ରାଜେନ୍ଦ୍ରକଲେଜର ଭିତ୍ତିଭୂମୀ ପାଇଁ ଏକ ପ୍ୟାକେଜ ଘୋଷଣା କରିବାକୁ ଦାବୀ କରିଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଦାବୀପତ୍ର ମଧ୍ୟ ଦେଇଥିଲେ ଓ ଅନୁରୋଧ କରିଥିଲେ ଯେ,ଏହି ପ୍ରକଲ୍ପଗୁଡିକ ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଘୋଷଣା କରନ୍ତୁ  । ସେଥିରେ କଲେଜ ତଥା ହେବାକୁଥିବା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଲଡିଂ,ଷ୍ଟାଫ କ୍ୱାଟର୍ସ,ଏକାଡେମୀକ ବ୍ଲକ,ଏକ ଉନ୍ନତ ଲାଇବ୍ରେରୀ ସହିତ ଉକ୍ରୃଷ୍ଟ ଗବେଷଣାକେନ୍ଦ୍ର ପାଇଁ ଅନୁଦାନ ଦାବୀ କରିଥିଲେ । ନବୀନ ମଧ୍ୟ ଆଜି ତାଙ୍କ ଭିଣୋଇଙ୍କ ଦେହାନ୍ତରେ ବକ୍ତିଗତ ଦୁଃଖ ଥିବା ସମୟରେ ମଧ୍ୟ ପ୍ଲାଟିନମ ଜୁବୁଲିରେ ପହଞ୍ଚି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏକ ୫୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଯାହା ପାଇଁ ବାଲ୍ୟବନ୍ଧୁ ନବୀନ  ତାଙ୍କ କଥା ରଖିଥିବାରୁ କୃତଜ୍ଞତା ଜଣାଇଛନ୍ତି ।  ପ୍ଲାଟିନମ ଜୁବୁଲିରେ ମଧ୍ୟ ଅନଙ୍ଗ ଏହି ଦାବୀ ଦୋହରାଇ ଥିଲେ । ଏହା ସହିତ ତାଙ୍କ ପିତା ସ୍ୱର୍ଗତ ମହାରାଜ ରାଜେନ୍ଦ୍ରନାରାୟଣ ସିଂଦେଓ ଓଡିଶାର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରତିଷ୍ଠା  କରିଥିବା ରାଜେନ୍ଦ୍ର କଲେଜକୁ ଏକ ବିଶ୍ୱବିଦ୍ୟାଳୟ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ  ଗବେଷଣାକେନ୍ଦ୍ର କରିବାକୁ କହିଥିଲେ । 

Leave A Reply

Your email address will not be published.