କାକତାଳୀୟ : ଟ୍ରିପଲ ଖୁସି ବରିଷ୍ଠ ପ୍ରଶାସକ ପ୍ରଦୀପ ଜେନାଙ୍କ ପାଇଁ

0 1

ଭୁବନେଶ୍ୱର(ଶାସକ ପ୍ରଶାସକ) : କାକତାଳୀୟ ଟ୍ରିପଲ ଖୁସି ବରିଷ୍ଠ ପ୍ରଶାସକ ଆଇଏଏସ ଅଫିସର ପ୍ରଦୀପ ଜେନାଙ୍କ ପାଇଁ ଟ୍ରିପଲ ଖୁସିର ଦିନ । ଏମିତିରେ ନୂଆବର୍ଷ ଖୁସି । ତାପରେ ଆଜି ନୂଆ ପଦବୀ ରେ ଯୋଗଦାନ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ । ଆଉ ସବୁଠୁ ବଡ଼ ଖୁସି କୋଇଂସିଡେଣ୍ଟାଲ ବା କାକତାଳୀୟ ହେଲେ ବି, ଆଜି ତାଙ୍କର ଜନ୍ମଦିନ ।  ତେଣୁ ଆଜି ଦିନଟି ରାଜ୍ୟ ସରକାରଙ୍କ ଏହି ବରିଷ୍ଠ ତଥା ଦକ୍ଷ ଅଫିସର ଶ୍ରୀ ଜେନାଙ୍କ ପାଇଁ ତିନୋଟି କାରଣ ଯୋଗୁ ବେଶ ଗୁରୁତ୍ୱପୂର୍ଣ । ଯଦିଓ ପଦୋନ୍ନତି କିଛିଟା ବିଳମ୍ବିତ ହୋଇଥିଲା ତଥାପି ନୂଆବର୍ଷରେ ପୁଣି ତାଙ୍କ ଜନ୍ମଦିନରେ ନୂତନ ଦାୟିତ୍ୱ ତାଙ୍କ ପାଇଁ ଜନ୍ମଦିନ ଉପହାର ସଦୃଶ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓସଡ଼ମାର ଏମଦି  ଭାବେ ଗୁରୁତ୍ୱପୂର୍ଣ ଦାୟିତ୍ୱ ନିର୍ବାହ କରୁଥିବା ପ୍ରୋ ପିପୁଲ ଅଫିସର ଶ୍ରୀ ଜେନାଙ୍କୁ ଗତକାଲି ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ଦେଇଥିଲେ । 

 

Leave A Reply

Your email address will not be published.