ରାୟଗଡ(ସରୋଜ ସାହୁ )ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଇତିର ତୃତୀୟ ସନ୍ଧ୍ୟାରେ ରାୟଗଡ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କମାଣ୍ଡାଣ୍ଟ, କେନ୍ଦ୍ରୀୟ ସୁରକ୍ଷା ବଳ (୪ର୍ଥ ବାଟାଲିୟନ)ର ୱାଇ. କେ. ରାଜପୁତ, ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ପିଏ ଆଇଟିଡିଏ ଟୁକୁ ବାରିକ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା, ଗୁଣୁପୁର ପଂଚାୟତ ସମିତି ଦେବକୀ ଗମାଙ୍ଗ, ଅଧ୍ୟକ୍ଷ ପଦ୍ମପୁର ପଂଚାୟତ ସମିତି ରମାକାନ୍ତ ମାଝୀ, ଅଧ୍ୟକ୍ଷା ରାମନାଗୁଡା ପଂଚାୟତ ସମିତି ରଜନୀ ମାଣ୍ଡାଙ୍ଗି ଯୋଗ ଦେଇଥିଲେ । ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘୋଷକ ଅଭିନେତା ପୁପିନ୍ଦର, ଉଦଘୋଷିକା ଦମୟନ୍ତି ବହିଦାର ଓ ଉଦଘୋଷିକା ବିଦିଶା ଶତପଥୀଙ୍କ ସଂଯୋଜନାରେ ପ୍ରଥମେ ଆଜାଦ ହିନ୍ଦ ୟୁଥ ଆସୋସିଏସନ ଦ୍ୱାରା ପ୍ରରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଇ-ମାର୍ଟ ଭୂବନେଶ୍ୱର ର କଳାକାର ମାନେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପାର୍ସାଲିର ଆଦିବାସୀ ନୃତ୍ୟ, ସର୍ବଶିକ୍ଷା ଅଭିଯାନ ସୁରଭୀ-୩ ର ଆଦିବାସୀ ନୃତ୍ୟ, ପୁରୁଲିଆ ଛଉ (ଇ.ଜେଡ.ସି.ସି)ର ଛଉ ନୃତ୍ୟ, ଛତିଶଗଡ (ଏସ.ସି.ଜେଡ.ସି.ସି.) ର ଲୋକମଂଚ ମନଭାବ୍ରେ, ମଧ୍ୟପ୍ରଦେଶ (ଏସ.ସି.ଜେଡ.ସି.ସି) ର ଲୋକନୃତ୍ୟ, ସଂସ୍କୃତି ରାୟଗଡ ର କାଠ ପୁତଲି ନୃତ୍ୟ, ଶ୍ରୀଲଙ୍କା କଳାକାରଙ୍କ ଦ୍ୱାରା ଲୋକନୃତ୍ୟ, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ରୁ ଆସିଥିବା କଳାକାରଙ୍କ ଦ୍ୱାରା ଭାରତ ନାଟ୍ୟମ୍ ଓ କୋଲନରା ଜ୍ଞାନ ବର୍ଦ୍ଧନୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ କରିଥିବା ଦେଶଭକ୍ତି ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମାତୁଆଲ କରିଦେଇଥିଲା । ତୃତୀୟ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ତେଲୁଗୁ ସିନେ ଜଗତରୁ ଆସିଥିବା କମେଡି କଳାକାର ବୁଲେଟ ଭାସ୍କର, ଉଦୟ କିରଣ ଓ ସୁନାମି ସୁଧାକରଙ୍କ ବଳିଷ୍ଠ କମେଡିରେ ଉପସ୍ଥିତ ଦର୍ଶକ ହସିହସି ବେଦମ ହୋଇଯାଇଥିଲେ । ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟକ ଡମ୍ବରୁଧର ପଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରାକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟନାୟକ, ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଡଃ. ଦୁଷ୍ମନ୍ତ ମହାନ୍ତି, ସହ-ସଂଯୋଜକା ରୀତାରାଣୀ ମିଶ୍ର, ସହ-ସଂଯୋଜକ ରମେଶ ଲିମା, ସୁନୀଲ ଚନ୍ଦ୍ର ପଣ୍ଡା, ଅମୀୟ ସ୍ୱାଇଁ, ବି. ତିରୁପତି ପ୍ରମୂଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.