ଓଜେୟୁର ରାଜ୍ୟ ସଭାପତି ସ୍ୱର୍ଗତ ପ୍ରଭାତ ଦାସଙ୍କ ବିୟୋଗରେ ଶୋକ ସଭା 

0

ରାୟଗଡ(ସରୋଜ ସାହୁ): ପ୍ରେସ କାଇନସିଲ ଅଫ ଇଣ୍ଡିଆର ସଦସ୍ୟ ତଥା ଓଜେୟୁର ରାଜ୍ୟ ସଭାପତି ପ୍ରଭାତ ଦାସଙ୍କର ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଦାସଙ୍କ ସ୍ମୃତି ଉଦେଶ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ଶୋକ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ଶୋକ ସଭାରେ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଏବଂ ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇ ସ୍ୱର୍ଗତ ପ୍ରଭାତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ଦାସଙ୍କ ଶୋକ ସଭାରେ ରାୟଗଡର ବରିଷ୍ଠ  ସାମ୍ବାଦିକ ବାଦଲ କୁମାର ତା, ଗୋପାଲ ସିଂ ଅଧିକାରୀ, ରଶ୍ମୀରଂଜନ ଦୋରା, ରଂଜନ ରଥ, ଗୋପରଂଜନ ବକ୍ସିପାତ୍ର, ସୁବ୍ରତ ଚୌଧୁରୀ, ରବୀନ୍ଦ୍ର ପାଟଖଣ୍ଡାଳ, ସଂଗ୍ରାମ ପଟନାୟକ, ଶ୍ରୀନାଥ ତାଡିଙ୍ଗି, ନୀରଂଜନ ପାଳ, ମନେଜ ପାତ୍ର ଓ ଅଜୟ ରଥ ପ୍ରମୂଖ ଯୋଗ ଦେଇ ମ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।  

Leave A Reply

Your email address will not be published.