ତୈଳିକ ବେଶ୍ୟ ସମାଜର ବୈଠକ ଅନୁଷ୍ଠିତ 

0 2

ପଦ୍ମପୁର (ଶାସକ ପ୍ରଶାସକ)  ସର୍ଗିବାହାଲ ଗ୍ରାମପଂଚାୟତ ଢୋଳବନ୍ଧଗ୍ରାମଠାରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ପ୍ରାଙ୍ଗଣରେ ତୈଳିକ ବେଶ୍ୟ ସାହୁ ସମାଜ ଢୋଳବନ୍ଧ କେନ୍ଦ୍ରର ଏକ ସାଧାରଣ ବୈଠକ  ଗାଁର ଗୈାନ୍ତିଆ ଯୁଗଲ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଥିଲା । ଢୋଳବନ୍ଧ କେନ୍ଦ୍ର ଅନ୍ତର୍ଗତ ଢୋଳବନ୍ଧ,କଟାଁବାହାଳ,ବର୍ହାମୁଣ୍ଡା,ଗିଦମାଲ,କଁଟାଝୁଲାକେନ୍ଦୁମାଲ,ସେମେଲମୁଣ୍ଡା,ଖୁଣ୍ଟପାଲି ଗ୍ରାମର ଜାତି ଭାଇ ଯୋଗ ଦେଇଥିଲେ ।   ଜିଲ୍ଲାକମିଟିରୁ ସଭାପତି ଲୋକେଶ ସାହୁ,ସଂପାଦକ ମୋତିରାମ ସାହୁ,ପଦ୍ମଲୋଚନ ସାହୁ,ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଭୁବନେଶ୍ୱର ସାହୁ,ରାହାସବିହାରୀ ସାହୁ ଯୋଗ ଦେଇଥିଲେ । ଆଗାମୀ ୫  ବର୍ଷ ପାଇଁ ସମାଜର ମଣ୍ଡଳର ସୁପରିଚାଳନା ସକାଶେ ସର୍ବସମ୍ମତି କ୍ରମେ ମଣ୍ଡଳସ୍ତରୀୟ କମିଟି ଗଠିତ ହୋଇଥିଲା । ସଭାପତି ରୂପେ  ବସନ୍ତ ସାହୁ,ସଂପାଦକ ରୂପେ ଖୁସିନ୍ଦ୍ର ସାହୁ,କୋଷାଧ୍ୟକ୍ଷ ରୂପେ ରାଜକୁମାର ସାହୁ ,ସହ ସଂପାଦକ ରୂପେ ନୃପରାଜ ସାହୁ,ଉପସଭାପତି ରୂପେ ରବୀନ୍ଦ୍ର ସାହୁ, ନେଗୀ ଭାବରେ ମହରଗୁ ସାହୁ ଓ ପୃଷେଠ ଭାବରେ  ଜୟନ୍ତ ସାହୁଙ୍କୁ ନିର୍ବାଚିତ କରାଯାଇଥିଲା । ସଭାରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସମେତ ମହିଳାମାନେ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ସମସ୍ତ ବ୍ୟକ୍ତିଗଣ ସମାଜର କଲ୍ୟାଣ ନିମନ୍ତେ ବକ୍ତବ୍ୟ ରଖିଥିଲେ । ରାଜକୁମାର ସାହୁ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଲେ ଅମିତ ସାହୁ ସଭା ପରିଚାଳନା କରିଥିଲେ ଓ ଜିତେନ୍ଦ୍ରୀୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ରାମ ସାହୁ,ବସୁ ସାହୁ,ଇଶ୍ୱର ସାହୁ,ଚତୁର୍ଭୁଜ ସାହୁ,ଶଙ୍କର ସାହୁ,ଖାଡି ସାହୁ,ମଦନ ସାହୁ,ମହେନ୍ଦ୍ର ସାହୁ,ଲଲିତ ସାହୁ ,ବୁଢୀ ସାହୁ,ମୀନକେତନ ସାହୁ,ନିବାଷ ସାହୁ,ସାନ ସାହୁ,ଅଶ୍ୱୀନି ସାହୁ,ମକରଧ୍ୱଜ ସାହୁ,ରଣଜିତ  ସାହୁ,ଦୁର୍ଲଭ   ସାହୁ, ଠବୋ ସାହୁ, ଅର୍ଣ୍ଣ ସାହୁ,ମୁକଦୁମ ସାହୁ,ଅକ୍ର୍ରୁର ସାହୁ ,ପ୍ରେମରାଜ ସାହୁ.ବସୁଦେବ ସାହୁ ,ଶିବ ସାହୁ,ଦିପକ ସାହୁ ପ୍ରମୁଖ ।

Leave A Reply

Your email address will not be published.