ଚମ୍ପୁଆ ତହସିଲଦାରଙ୍କ ନିଆରା ପ୍ରୟାସ :ଗରିବ ଲୋକଙ୍କୁ ଖାଇବାକୁ ଦେଲେ, ନିଜେ ଖାଇଲେ।

0 2

ଚମ୍ପୁଆ(ଶାସକ ପ୍ରଶାସକ) ପବିତ୍ର ବଡଦିନ ଅବସରରେ ସମସ୍ତେ ଭୋଜିଭାତ କରି ଉପଭୋଗ କରୁଥିବା ବେଳେ ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ ଏକ ପ୍ରଶଂସନୀୟ କାର୍ଯ୍ୟ କରି ଆଲୋଚନାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି। ଆଜି ଚମ୍ପୁଆ ଏନ୍ଏସିର ଆହାର କେନ୍ଦ୍ର ପରିଦର୍ଶନ  କରିବା ସହ ସମସ୍ତ ମିଲ୍ କୁ ଗରିବ ଓ ଅସହାୟ ଲୋକଙ୍କୁ ବାଂଟିବା ସହ ନିଜେ ମଧ୍ୟ ଖାଇଛନ୍ତି। ଏହା ସହ ସଭ୍ୟ ସମାଜକୁ ଏକ ସଚେତନତାର ବାର୍ତ୍ତା ବାଂଟିଛନ୍ତି। ଉଦ୍ୟମ ଛୋଟିଆ ଲାଗିଲେ ବି ବଡ ବାର୍ତ୍ତା ଦେଇଛି ତହସିଲଦାର  ଶ୍ରୀ ପଟେଲଙ୍କ ଏହି କାର୍ଯ୍ୟ | ପ୍ରତ୍ୟେକ ସଚେତନ ବ୍ୟକ୍ତି ଯଦି ନିଜ ଏପରି ନିଆରା ଉଦ୍ୟମ କରନ୍ତେ ତେବେ ଅନେକ କ୍ଷୁଧାର୍ତ୍ତଙ୍କ ମୁହଁରେ ଆହାର ଦେଇ ପାରନ୍ତେ | 

ଉଲ୍ଲେଖଯୋଗ୍ୟ ଯେ,  ଆଜି ଥିଲା ପବିତ୍ର ବଡଦିନ। ଏହି ଅବସରରେ ତହସିଲଦାର ଶ୍ରୀ ପଟେଲ  ଆହାର କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ପ୍ରତିଦିନ ଏନ୍ଏସି ପକ୍ଷରୁ ମୋଟ 300 ମିଲ୍ ଗରିବ ଓ ଅସହାୟ ଲୋକଙ୍କୁ ପ୍ରତି ମିଲ୍ ପିଛା ମାତ୍ର 5ଟଙ୍କାରେ ପ୍ରଦାନ କରାଯାଇଥାଏ। ତେବେ ଆଜି ଶ୍ରୀ ପଟେଲ 1500ଟଙ୍କା ଦେଇ ସମସ୍ତ ମିଲ୍ କିଣିବା ସହ ଗରିବ ଓ ଅସହାୟ ଲୋକଙ୍କୁ ବାଂଟିଥିଲେ। ଆଉ ନିଜେ ମଧ୍ୟ ଖାଦ୍ୟର ମାନ ପରୀକ୍ଷା କରିଥିଲେ।  ଖାଦ୍ୟର ମାନ ଉଚ୍ଚକୋଟୀର ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି। ପ୍ରତିଟି ବଦାନ୍ୟ ବ୍ୟକ୍ତି ବିଶେଷ ନିଜ ଜନ୍ମ ଦିନ, ବିବାହ ବାର୍ଷିକ କିମ୍ବା ଅନ୍ୟ କୌଣସି ସ୍ବତନ୍ତ୍ର ଦିନରେ ଗରିବ ଓ  ଅସହାୟ ଲୋକଙ୍କୁ ପ୍ରଦାନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଛନ୍ତି।

 

Leave A Reply

Your email address will not be published.