ଗାୟତ୍ରୀ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ :ବିଫଳତା ସଫଳତାର ଚାବିକାଠି

0 1

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) /: ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀରେ ୩ଦିନ ଧରି ଚାଲିଥିବା ବାର୍ଷିକ କ୍ରିଡ଼ା ମଙ୍ଗଳ ବାର ଦିନ ଉଦଯାପିତ ହୋଇଯାଇଛି । ଅଧିକ୍ଷ ବିରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ  ସଭାରେ ପନ୍ତିଖାରୀ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଦୁମଣି  ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର/ଛାତ୍ରୀମାନଙ୍କୁ ଖେଳିବାକୁ ଉତ୍ସାହିତ  କରିଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ବାଦପଡିଥିବା ପ୍ରତିଯୋଗୀମାନଙ୍କ ବିଫଳତା ସଫଳତାର ଚାବିକାଠି ବୋଲି ମୁଖ୍ୟ ଅତିଥି କହିଥିଲେ । ବରିଷ୍ଠ , କନିଷ୍ଠ  ଏବଂ ସର୍ବ କନିଷ୍ଠ  ବାଳକ ବାଳିକା ବିଭାଗରେ ୧୦୦ମିଟର ଏବଂ ୫୦ମି  ଦୈାଡ଼, ଅଙ୍କ ଦୈାଡ, ଅଖାଦୈାଡ଼, ଆଳୁଚାମଚ, ପୋଷାକ ପିନ୍ଧା, ସଂଗୀତ ଚୈାକି, ପୁଚିଖେଳ, ଗୁରୁଜୀ କହିଲେ, ବେଙ୍ଗଡିଆଁ, ପେଣ୍ଡୁ ଫିଙ୍ଗା, ପେଣ୍ଡୁଦ୍ୱାରା ବୋତଲଗଡ଼ା, ବେଲୁନଫୁଙ୍କା, ବେଲୁନଫଟା, ଅନ୍ଧପୁଟୁଳି ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ୩୩୩ଜଣ ପ୍ରତିଯୋଗୀ ଥେିରେ ଅଂଶଗ୍ରହଣ କରିଥିଲେ । ବାଳିକା ବର୍ଗରେ ସ୍ଥିତପ୍ରଜ୍ଞା ଷଡଙ୍ଗୀ, ଏବଂ ବାଳକବର୍ଗରେ ତ୍ରିଲୋଚନ  ଭଞ୍ଜ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ ।  ବିଦ୍ୟାମନ୍ଦିରର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଣ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ । 

 

Leave A Reply

Your email address will not be published.