“ଗରିବ ଚାଷୀଙ୍କ ପେଟ କୁ ଲାତ ମାରୁଛି  ପେକ୍ସ”

0 1

ଆମ୍ ଆଦମି ପାର୍ଟି ର ଅଭିଯୋଗ : ପେକ୍ସରେ ୧୦ କେଜି କଟାଯାଉଛି ଧାନ।

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ) ଦେଓଗାଁ ବ୍ଲକ ଉପରଝର ଓ ମହଲେଇ ପେକ୍ସରେ ଚାଷୀ ଙ୍କ ଠାରୁ  କଟନୀ ଛଟନୀ ର ଅଭିଯୋଗ ହୋଇଛି । ଏହି ପେକ୍ସରେ ଚାଷିମାନଙ୍କୁ ବାରମ୍ବାର ହଇରାଣ ଓ କୁଇଣ୍ଟାଲ ପିଛା ୧୦ କେଜି ଧାନ କଟାଯାଉଥିବା ନେଇ ବଲାଙ୍ଗୀର ଆମ ଆଦମୀ ପାର୍ଟି ର ସଭାପତି ଆଶିଷ ପାଣ୍ଡେ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତିା

ଆଗାମୀ ଦିନରେ ଚାଷିଙ୍କୁ ହଇରାଣ ହରକତ କଲେ  ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ଗଜରାମ ପଟେଲ, ପୁରନ୍ଦର ପଧାନ, ଶଙ୍କର୍ଷଣ ମହାପାତ୍ର, ପରଶୁରାମ ପଟେଲ, ଗୋପଲ ଅଗରୱାଲ, , ପଞ୍ଚାନନ ନାୟକ, ଚିତରଞ୍ଜନ ପଟେଲ, ସୂର୍ୟ ନାରାୟଣ ପଟେଲ, ଚତୁର୍ଭୁଜ ଅଗ୍ରୱାଲ, ଆର୍ତ୍ତ ଘିଭେଲା, ରୁପେଷ ଭୋଇ, ରଜନି ପଟେଲ, ରମାକାନ୍ତ ବେହେରା, ଅଶୋକ ସୁନା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

 

 

Leave A Reply

Your email address will not be published.