ଆରମ୍ଭ ହେଲା ନୟାଗଡ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା 2019

0 1

ନୟାଗଡ଼ (ବିଶ୍ୱଜିତ ନାୟକ) :- ନୟାଗଡ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା 2019  ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟା 6.30 ମିନିଟ ସମୟରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବାବେଳେ ମୁଖ୍ୟଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ  ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ , ନୟାଗଡ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଶଶୀଭୂଷଣ ଶତପଥୀ ,ଜିଲ୍ଲାପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତି ପ୍ରମୁଖ ଉଦ୍ଘାଟକ ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ  ଡଃ ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ ।ପ୍ରଥମ ଦିନର ସନ୍ଧ୍ୟା   ପଠାଣୀସାମନ୍ତଙ୍କ ଜନ୍ମ ଜୟନ୍ତୀ  ଉତ୍ସବ ଭାବରେ ପାଳନ କରାଯାଇଛି । ଏଥିରେ ଶିଶୁ ନିର୍ଯ୍ୟାତନା ଓ ସମାଜରେ ନାବାଳିକା ମାନଙ୍କୁ ନିର୍ଯ୍ୟାତନା ରୋକିବା ଉଦେଶ୍ୟରେ ଏକ ମାସ୍କଟ ଯାହାର ନାମ  ‘ମୋ ଝିଅ ‘ ଉଦ୍ଘାଟନ କରାଯାଇଥିଲା । ଜିଲ୍ଲା ମହୋତ୍ସବର ପ୍ରଥମ ସଂନ୍ଧ୍ୟାରେ ପଠାଣି ସାମନ୍ତ  ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପଠାଣି ସାମନ୍ତଙ୍କ ଜନ୍ମ ସ୍ମାରକୀରେ ନୟାଗଡ଼ ଗୈାରବ ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପଠାଣି ସାମନ୍ତ ପ୍ରତିଭା ସମ୍ମାନ, ପ୍ରଫେସର ପ୍ରମୋଦ ଚନ୍ଦ୍ର ମିଶ୍ର, ପଠାଣି ସାମନ୍ତ ସାହିତ୍ୟ ସମ୍ମାନ ଜିଲ୍ଲା ସୂଚନା ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ନୟାଗଡ଼ ବନ୍ଧୁ ଭାବେ ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥି ,ଦାସିଆ ଅଜା ସାହିତ୍ୟ ସମ୍ମାନ ସାହିତ୍ୟକ ରବି ଶତପଥିଙ୍କୁ ପ୍ରଦାନ କରାଯାଇଛି । ଏଥିରେ ୧୭୦ଗୋଟି ଷ୍ଟଲ୍ ନିର୍ମାଣ କରାଯାଇଛି , ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ୮୬ଟି ଷ୍ଟଲ୍ ,ମିଶନ୍ ଶକ୍ତି ପକ୍ଷରୁ ୨୦ଟି ଷ୍ଟଲ୍  , ବିଭିନ୍ନ ସରକାରୀ ଅନୁଷ୍ଠାନ ପକ୍ଷରୁ ୩୨ଟି ଷ୍ଟଲ୍ ଖୋଲାଯାଇଛି ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ ।

 

 

Leave A Reply

Your email address will not be published.