କ୍ରିଷ୍ଣା କପ୍ କ୍ରିକେଟ ଉଦଘାଟିତ: ସିଂହନପୁର ସେମିରେ

0

ପଦ୍ମପୁର-ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବଲ୍ଲଭ ସାହୁ ମୁଖ୍ୟ ଅତିଥି ଏବଂ ଦିଲୀପ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ। ଉଦଘାଟନୀ ମ୍ୟାଚରେ ଘନାମାଲ ଦଳ ଉପରବାହାଲ ଦଳକୁ ପରାସ୍ତ କରି ଏବଂ ଦ୍ବିତୀୟ ମ୍ୟାଚରେ ସିଂହନପୁର ଦଳ କଁଟାପାଲି ଦଳକୁ ହରାଇ କ୍ୱାର୍ଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଘନାମାଲ ଦଳ ନିର୍ଦ୍ଧାରିତ ୧୨ ଓଭରରେ ୯ ଉଇକେଟ ହରାଇ ୮୫ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ସିଂହନପୁର ଦଳ ୮ ଓଭର ରେ ୪ ଉଇକେଟ ହରାଇ ‍‍‌‌୮୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ ଏବଂ ପ୍ରଥମ ଦଳ ରୂପେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ପୁରସ୍କାର ବିତରଣୀ ଉତ୍ସବ ରେ ଅତିଥି ଚନ୍ଦନ ବେହେରା ସିଂହନପୁର ଦଳର ସୁମନ କୁ ମେନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅମ୍ପାୟାର ସନମ୍ ଓ ଆଲୋକ ପରିଚାଳନା କରିଥିଲେ ଏବଂ ରଜତ ଓ ଅମିତ ସ୍କୋରିଂ ଦାୟିତ୍ଵ ରେ ଥିଲେ। ଦିଲୀପ ଓ ପ୍ରଶାନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ।

Leave A Reply

Your email address will not be published.