ବୀରମହାରାଜପୁର/ରିପୋର୍ଟ ବିନୋଦ ପାଣ୍ଡେ )- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ହିଲୁଙ୍ଗ ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ମିଳିତ ଅନୁକୂଳ ମିଶନ ଶକ୍ତି ବଜାର ଗୃହ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବୀରମହାରାଜାପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ନାଏକ, ସ୍ଥାନୀୟ ସରପଞ୍ଚ ଅଶୋକ ମହାକୁର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଞ୍ଜୁରାଣୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ଯମାନେ ସ୍ୱାବଲମ୍ବୀ ହେବା ଓ ସେମାନଙ୍କର ଉପ୍ତାଦିତ ଦ୍ରବ୍ୟର ବିକ୍ରି କରାଯାଇପାରିବ ସେଥିପାଇଁ ଏହି ବଜାର ସହାୟକ ହେବ ବୋଲି ଅତିଥିମାନେ ଆଶା ପୋଷଣ କରିଥିଲେ । ଏହିଉତ୍ସବରେ ଅଞ୍ଚଳରୁ ଆସିଥିବା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post