ସର୍ବଭାରତୀୟ ଲତୁରପଙ୍କ କ୍ରିକେଟ କପ ଉଦଘାଟିତ ।

0

ବୀରମହାରାଜପୁର -( ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଲତୁରପଙ୍କ ଠାରେ ୨୪ତମ ସର୍ବଭାରତୀୟ ଲତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ଯରେ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଗ୍ରାମର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ବାହାରି ଖେଲ ପଡିଆକୁ ଅଣାଯାଇଥିଲା ।  କ୍ଲବ ସଭାପତି ସୁଧିର ପ୍ରଧାନ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସ୍ଥାନୀୟ ସମିତି ସଭ୍ଯ ତଥା ସମାଜସେବୀ ଶ୍ରୀ ଲବ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦର ସଭ୍ୟ ରାଜା ଗୋପାଳ ପାଣିଗ୍ରାହୀ,  ସମାଜସେବୀ ସରୋଜ ସାହୁ, ଯୁଧିଷ୍ଠିର ପାତ୍ର, କଳ୍ପତରୁ ମହାପାତ୍ର, କ୍ଲବ ସମ୍ପାଦକ ଶଶାଙ୍କ ଶେଖର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିବା ବେଲେ ଚାମ୍ପିୟନ ଟ୍ରଫିକୁ ମଧ୍ଯ ଉନ୍ନୋଚିତ କରିଥିଲେ । ଆଜିର ମ୍ୟାଚ ରେ ସୋନପୁର ଦଲ ସହ ଆୟୋଜକ ଲତୁରପଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୋନପୁର ଦଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୯ ଉଇକେଟ ବିନିମୟରେ ୧୩୨ରନ ସଂଗ୍ରହ କରିଥିଲେ । ଜବାବରେ ଲତୁରପଙ୍କ ନିର୍ଦ୍ଦାରିତ ଓଭରରେ ୭ ଉଇକେଟ ବିନିମୟରେ ୧୩୨ ରନ ସଂଗ୍ରହ କରି ମ୍ୟାଚ ବିଜୟୀ ହୋଇଥିଲେ। ମ୍ୟାଚ ଅବଦି ମ୍ୟାଚ ଭାବେ ସୋନପୁର ପ୍ରଶାନ୍ତ କୁମ୍ଭାରଙ୍କୁ କ୍ରୀଡ଼ା ବିତ ପ୍ରଦୀପ ଡାଙ୍ଗ ସମ୍ମାନୀତ କରିଥିଲେ ।ସୁରେଶ ବିଶି ଓ ଜୟପ୍ରକାଶ ସାହୁ ଖେଳ ପରିଚାଳନା କରିଥିବା ବେଳେ ଦେବରାଜ ସାହୁ ସ୍କୋରର ଓ ଆଶିସ ଦେଓ ଧାରାବିବରଣୀ ପ୍ରସାରଣ କରି ଥିଲେ ।

 

Leave A Reply

Your email address will not be published.