ଫେବୃଆରୀ ୨୬ ସୁଦ୍ଧା ସରିବ ବିଜେଡିର ୫ ଥାକିଆ ସାଂଗଠନିକ ନିର୍ବାଚନ

0 2

ଭୁବନେଶ୍ୱର: ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ୫ଟି ଥାକିଆ ସାଂଗଠନିକ ନିର୍ବାଚନ ଡିସେମ୍ବର 27ରୁ ଆରମ୍ଭ ହୋଇ ଫେବୃଆରୀ 26 ତାରିଖରେ ସରିବ । ଆଉ ଫେବୃଆରୀ 26 ତାରିଖରେହିଁ ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ପୁଣି ଦାୟିତ୍ୱ ଗ୍ରହଣ କରିବା ନିଶ୍ଚିତ । କେବଳ ଘୋଷଣା ଔପଚାରିକତା । 

ଆଜି ଦଳର ନିର୍ବାଚନ ପାଇଁ  ନିଯୁକ୍ତ ନିର୍ବାଚନାଧିକାରୀ ବିଧାୟକ ପ୍ରତାପ ଦେବ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟରେ ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ,  ଦୁଇମାସ   ଧରି ଅନୁଷ୍ଠିତ ହେବ ବିଜେଡ଼ିର ସାଂଗଠନିକ ନିର୍ବାଚନ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଫେବୃଆରୀ ୨୬ରେ ସରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ରାଜ୍ୟ ନିର୍ବାଚନ ଅଧିକାରୀ ପଶ୍ରୀ କେଶରୀ ଦେବ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଶ୍ରୀ ଦେବ ଜାରି କରିଥିବା ସୁଚୀ ଅନୁଯାୟୀ,, ଡିସେମ୍ବର ୨୭ରୁ ଜାନୁଆରୀ ୧୩ ଯାଏଁ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ଗ୍ରାମପଞ୍ଚାୟତ ସଭାପତି ସହ କମିଟି ସଭ୍ୟ ଏବଂ ନଗରାଞ୍ଚଳ ୱାର୍ଡ ସଭାପତି ସହ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ଜାନୁଆରୀ ୧୪ ରୁ ୨୯ ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକ୍ ସଭାପତି ସହିତ ବ୍ଲକ୍ କମିଟି ସଭ୍ୟ, ଏନଏସି ସଭାପତି ସହ ଏନଏସି କମିଟି ସଭ୍ୟ, ମ୍ୟୁନିସିପାଲିଟି ସଭାପତି ସହ ମ୍ୟୁନିସିପାଲିଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ସହ ମହାନଗର ନିଗମ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜାନୁଆରୀ ୩୦ ରୁ ଫେବୃଆରୀ ୧୫ ତୃତୀୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ସହିତ ଜିଲ୍ଲା କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୬ରୁ ୧୮ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ୨୩ ଫେବୃଆରୀରୁ ୨୬ ପର୍ଯ୍ୟନ୍ତ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.