ବିର୍ଜାମ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ

0

ବରଗଡ଼ :ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ଶିବମନ୍ଦିରରୁ ମଶାଲ ଛାତ୍ରଛାତ୍ରୀ ମାନଙ୍କଦ୍ବାରା ଶୋଭାଯାତ୍ରାରେ ବିଦ୍ୟାଳୟ ଖେଳପଡିଆକୁ ଅଣାଯିବା ପରେ ପ୍ରାତଃ ପର୍ଯ୍ୟାୟ ଖେଳକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପଙ୍କଜ କମଳିଆ ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରି ମାର୍ଚଫାଷ୍ଟର ଅଭିବାଦନ ଗ୍ରହଣ କରିଥିଲେ ।ଉଦଯାପନୀ  କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାବତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି କାର୍ଯ୍ୟକ୍ରମର ସମାରୋପ ଘୋଷଣା ପୂର୍ବକ କ୍ରୀଡା ପତାକାକୁ ଅବତରଣ କରିବାସହ ଜ୍ୟୋତି ବିସର୍ଜନ କରିଥିଲେ। ।  ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ସାହୁଙ୍କ ପରିଚାଳନାରେ ଉକ୍ତ ଏକଦିବସିୟ  କ୍ରୀଡା ସମାରୋହରେ ବିଦ୍ୟାଳୟ ଶିକ୍ଷକ ଶ୍ରୀଯୁକ୍ତ ଗୁପ୍ତେଶ୍ବର ପଧାନ,ଦିଲିପ କୁମାର ସାହୁ, ବୃନ୍ଦାବନ  ପ୍ରଧାନ, ହିମାଂଶୁ ଶେଖର ସେଠ,ଗୋରାଚାନ୍ଦ ସରାପ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.