ଚୋରାବାଲି ଗାଡିରୁ ଏକ ଲକ୍ଷ ବାଇଶି ହଜାର ଜରିମାନା

0

ବରଗଡ(ଶାସକ ପ୍ରଶାସକ) :- ଗତ କାଲି ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କର ନେତୃତ୍ୱରେ ରାଜସ୍ବ ଓ ପୋଲିସ ବିଭାଗ ର ମିଳିତ ଚଢ଼ାଉରେ ଜଗଡଲପୁର ଅଞ୍ଚଳର ବିଭିନ୍ନ ବାଲିଘାଟ ଉପରେ ଚଢ଼ାଉ କରାଯାଇ ଏକକାଳୀନ ଦଶ ଗୋଟି ଟ୍ରାକ୍ଟର ଜବତ କରାଯାଇଥିଲା । ଜବତ ଗାଡି ସବୁ ରାତିରେ ଜଗଡଲପୁର ଥାନାରେ ଅଟକ ରଖାଯିବା ପରେ ଆଜି ସରକାରୀ ନିୟମ ମୁତାବକ ଏହି ଗାଡି ସବୁର ଚାଲାଣ କଟାଯାଇ ଜରିମାନା ଭାବରେ ଏକ ଲକ୍ଷ ବାଇଶି ହଜାର ପାଞ୍ଚ ଶହ ଟଙ୍କା ଆଦାୟ କରାଯାଇଥିବା ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଶାସନ ର କଡା ପଦକ୍ଷେପ ସତ୍ତ୍ୱେ ଏହି ଅଞ୍ଚଲରୁ  ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଚୋରା ରେ ଛତିଶଗଡ଼ ରାଜ୍ୟ କୁ ଚାଲାଣ ହେଉଛି । ଏହିଭଳି କ୍ରମାଗତ ଚଢ଼ାଉ ହେଲେ ବାଲି ଚୋରା ଚାଲାଣ ପ୍ରତି ଅଙ୍କୁଶ ଲଗାଯାଇ ପାରିବ ବୋଲି ମତ ପ୍ରକାଶ ପାଉଛି ।

 

Leave A Reply

Your email address will not be published.