ଯୌନ ଅପରାଧ ସୁରକ୍ଷା ଅଧିନିୟମ ୨୦୧୨ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା

0

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ କଟକ ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ “ସଂଯୋଗ”ର ମିଳିତ ସହଯୋଗରେ ଯୌନ ଅପରାଧ ସୁରକ୍ଷା ଅଧିନିୟମ-୨୦୧୨ ସମ୍ପର୍କୀତ ଏକ ଜିଲ୍ଲାସ୍ତରୀୟ  ସଚେତନତା କର୍ମଶାଳା  ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପ୍ରତି ସମାଜରେ  ଶିଶୁମାନଙ୍କ ପ୍ରତି ଘଟୁଥିବା ଯୌନ ନିର୍ଯାତନା ନିମନ୍ତେ ଗଭୀର ଉଦ୍ ବେଗ ପ୍ରକାଶ କରିଥିଲେ । 

   ସମ୍ମାନିତ ଅତିଥି ଭାବେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ , ସାଧନ ବ୍ୟକ୍ତି ଭାବେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଶିଶୁ କଲ୍ୟାଣ  ଅଧ୍ୟକ୍ଷ  ବେଣୁଧର ସେନାପତି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ  ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

   ଏହି କର୍ମଶାଳାରେ  ଜିଲ୍ଲାରେ ଥିବା ଆବାସିକ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ , ମେଟ୍ରନ , ଏ ଏନ୍ ଏମ୍ ଓ ଆଶା କର୍ମୀ ମାନେ ଅଂଶଗ୍ରହଣ କରିଥିଲେ । ସାଧନ ବ୍ୟକ୍ତି  ବେଣୁଧର ସେନାପତି ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ  ଶିଶୁ ଅଧିକାର ଏବଂ ଶିଶୁ ଯୌନ ଅପରାଧ ସୁରକ୍ଷା ଅଧିନିୟମ-୨୦୧୨ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।

    ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ଡାକ୍ତର ଶ୍ରୀକାନ୍ତ ସାହୁ ଯୋଗଦେଇ ଉପସ୍ଥିତ ଅଂଶଗ୍ରହଣ କାରୀ ମାନଙ୍କୁ ଯୌନ ଅପରାଧରେ ନିର୍ଯ୍ୟାତିତ ଶିଶୁ କିପରି ଚିକିତ୍ସା ସୁବିଧା ପାଇପାରିବ ଏବଂ ସେଥିପାଇଁ ରହିଥିବା ସରକାରୀ ଆଇନ କାନୁନ ବ୍ୟବସ୍ଥା କଣ ରହିଛି ।  ତାହା ଉପରେ ବୁଝାଇଥିଲେ । ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।  ଶେଷରେ ସଂଯୋଗର ମଣ୍ଡଳ ପ୍ରକଳ୍ପ ସଂଯୋଜକ  ଜଗନ୍ନାଥ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.