୬ଷ୍ଠ ସୁଧିର  ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ :ବୀରମହାରାଜାପୁରକୁ ହରାଇ ସମ୍ବଲପୁର ଚାମ୍ପିୟନ ।

0

ବୀରମହାରାଜପୁର – (ବିନୋଦ  ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର କମିରା ପଞ୍ଚାୟତ ଖେଳପଡିଆରେ ଚାଲିଥିବା   ୬ଷ୍ଠ ସୁଧିର ସ୍ମାରକୀ  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚରେ ବୀରମହାରାଜାପୁର ବାଘାସକୁ ହରାଇ ଏମଏସସିସି ସମ୍ବଲପୁର ଚାମ୍ପିୟନ ହୋଇଅଛି । ଫାଇନାଲ ମ୍ୟାଚ ୧୨-୧୨ ଓ ୬-୬ ଓଭର ବିଶିଷ୍ଟ ଫର୍ମାଟରେ ଖେଳା ଯାଇଥିଲା । ବୀରମହାରାଜପୁର ଦଳ ୧୨ ଓଭରରେ ୭ ଉଇକେଟ ବିନିମୟରେ ୬୯ ରନ କରିଥିଲେ । ଏହାର ଜବାବରେ ସମ୍ବଲପୁର ଦଳ ୯ ଓଭରରେ ୩ ଉଇକେଟ ହରାଇ ୭୦ ରନ କରିଥିଲେ । ସେହିପରି ଦ୍ବିତୀୟ ଫର୍ମାଟ ରେ ବୀରମହାରାଜାପୁର ୬ ଓଭରରେ ୫ ଉଇକେଟ ୫୫ ରନ କରିଥିଲା । ଜବାବରେ ସମ୍ବଲପୁର ଦଲ ୪ ଓଭରରେ ୫୬ ରନ ସଂଗ୍ରହ କରି ବିଜୟୀ ହୋଇ ସମ୍ବଲପୁର ଦଳ ଚମ୍ପିଆନ୍ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ,  କ୍ରୀଡାବିତ ଧରଣୀଧର ପାଢୀ, ସମାଜ ସେବୀ ସପନ  କୁମାର ପଧାନ, ରାମପ୍ରସାଦ କର୍ଣ୍ଣ, ସାସଂଦ ପ୍ରତିନିଧି ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରଷ୍କାର ବିତରଣ କରିଥିଲେ । 

 ଏହି ପୁରସ୍କାର ବିତରଣ ଉତ୍ସବରେ ନିର୍ମଳ  ମୁଦୁଲି ସଭାପତିତ୍ବ କରିଥିବା ବେଳେ ସାମ୍ବାଦିକ  ଅଚ୍ୟୁତାନନ୍ଦ ସାହୁ ସଭାପରିଚାଲନା କରିଥିଲେ ।     ଖେଳକୁ ପ୍ରଦିପ କୁମାର ସାହୁ ଓ ବାପୁନ ପାଢୀ ପରିଚାଳନା କରିଥିଲେ । ରମାକାନ୍ତ ପଧାନ ସ୍କୋରର ଦାଇତ୍ବ ତୁଲାଇଥିବାବେଲେ ସଚିନ କୁମାର ପଧାନ ବିବରଣୀ ପ୍ରଦାନ କରିଥିଲେ ।  କମିରା କ୍ରିକେଟ କ୍ଲବର ସଦସ୍ୟ ମାନଙ୍କ ପୁର୍ଣ ସହଯୋଗରେ ଏହି ଟୁର୍ନାମେଣ୍ଟ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.