“ମୋ ଜୀବନ ନରକ କରି ଦେଇଥିଲା, ଦେଲି ହାଣି କଟୁରିରେ” 

0

ସ୍ୱାମୀକୁ କଟୁରୀରେ ହାଣି ଥାନାରେ ମହିଳାଙ୍କ ଆତ୍ମସମର୍ପଣ।

ବାରିପଦା/ଦିଲ୍ଲୀପ ମହାନ୍ତି : ମତେ ବାରମ୍ବାର ରଖୁଥିଲା ଆଉ ଛାଡି ଦେଉଥିଲା | ମୋତେ ହଇରାଣ ବି କରୁଥିଲା  | ଗତ କିଛି ଦିନ ହେବ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା |  ମୋ ଜୀବନ ନରକ କରି ଦେଇଥିଲା | ଆଉ ମୁ ଭାବିଲି ମୋ ଜିବନ ତା ନଷ୍ଟ କରିଦେଲାଣି …. ଆଉ ତାକୁ କାଇଁକି ଛାଡ଼ିବି ! ଦେଲି ହାଣି ” | ନିଜ ସ୍ୱାମୀକୁ କଟୁରିରେ ହାଣି ମାରି ଦେବା ପରେ ବାରିପଦା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମହିଳା ଆଜି ଦେଇଛନ୍ତି ଚାଂଚଲ୍ୟକର ସ୍ବୀକାରୋକ୍ତି |

 ଘଟଣା ଘଟିଛି ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ଅଧିନସ୍ଥ ଗୁଡିପଦା ଠାରେ। ଦିର୍ଘ ବର୍ଷର ସମ୍ପର୍କ ସତ୍ତ୍ୱେ ସ୍ୱାମୀ ଙ୍କୁ କଟୁରୀ ରେ ହାଣି ମାରିବା ପରେ ବାରିପଦା ସଦର ଥାନା କୁ ନିଜେ ଆସି ଆତ୍ମସମର୍ପଣ କରିଛନ୍ତି। ବାରିପଦା ସଦରଥାନା ଅନ୍ତର୍ଗତ ସିରିଶବଣୀ ଗାଁର ସୀତା ହେମ୍ବ୍ରମ ୧୨ବର୍ଷ ବୟସରୁ ସେହି ଗାଁର ବଢ ମାରାଣ୍ଡି ଙ୍କ ସହିତ ରହି ଆସୁଥିଲେ। ୧୪ ବର୍ଷ ବୟସରୁ ସୀତା ବଢ ମାରାଣ୍ଡି ଙ୍କ ପୁଆର ମାଆ ହୋଇଥିଲେ। ହେଲେ ଦୀର୍ଘବର୍ଷର ସେମାନଙ୍କ ସମ୍ପର୍କ ଭଲନଥିଲା। ବିଭିନ୍ନ ସମୟରେ ସ୍ୱାମି-ସ୍ତ୍ରୀ ଙ୍କ ମଧ୍ୟରେ ମାଡପିଟ ଓ କଳିଝଗଡା  ଲାଗିରହିଥିଲା। ପିଲା ର ମାଆ ହେବାପରେ ମଧ୍ୟ ସୀତାକୁ ସ୍ତ୍ରୀର ସ୍ୱୀକୃତି ଓ ପୁଅ କୁ ବାପର ପରିଚୟ ନଦେବା ସହିତ ଅନ୍ୟତ୍ର ବିବାହ କରି ମା-ପୁଅ ଙ୍କୁ ଅବହେଳା କରି ଆସୁଥିଲେ। ଶେଷରେ ଅତିଷ୍ଠ ହୋଇ ସୁଯୋଗ ଅପେକ୍ଷାରେ ଥିବା ସୀତା  ଗତକାଲି ବିଳମ୍ବିତ ରାତିରେ ସ୍ୱାମି ବଢ ହେମ୍ବ୍ରମ ଙ୍କୁ ମାରିବାରେ ସଫଳ ହୋଇଥିଲେ। ଆତ୍ମସମର୍ପଣ ପରେ କେମିତି ସୀତା ନିଜ ସ୍ୱାମୀଙ୍କୁ ମାରିଲେ ସେକଥା ବିନା ଅନୁତାପ କ୍ୟାମେରା ଆଗରେ ନିଜେ କହିଛନ୍ତି। ହତ୍ୟା କରିବା ପରେ ସୀତା ବାଲେଶ୍ୱର ଷ୍ଟେସନରୁ ଟ୍ରେନ ଯୋଗେ ପ୍ରଥମେ ରୁପସା ଆସି ତାପରେ ପୁଣି ଟ୍ରେନ ଧରି ବାରିପଦା ଷ୍ଟେସନରେ ଓହ୍ଲାଇ ଚାଲିଚାଲି ଆସି ସଦର ଥାନା ରେ ପହଞ୍ଚିଥିଲେ।

 

Leave A Reply

Your email address will not be published.