ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଜନଶୁଣାଣୀ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଜନଶୁଣାଣୀ କାଶୀନଗର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି।

ଏହି ଜନଶୁଣାଣୀରେ ୭୭ଗୋଟି ଦରଖାସ୍ତ ମାନଙ୍କର ଶୁଣାଣୀ ହୋଇଥିଲା। ତାହା ମଧ୍ୟରୁ ଏକକ ଦରଖାସ୍ତ ୬୧ଗୋଟି , ଗ୍ରାମ୍ୟ ସ୍ତରୀୟ ୧୪ଗୋଟିର ଶୁଣାଣୀ କରାଯାଇଥିଲା।ଏଥିରେ ମଧ୍ୟରୁ ୪ ଗୋଟିର ଶୁଣାଣୀର ଫଇସଲା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଜଣଙ୍କୁ ୨୫,୦୦୦ ଟଙ୍କା ମେଡ଼ିକାଲ ସହାୟତା ଦିଆଯାଇଥିବା ବେଳେ ଆଉ ଜଣଙ୍କୁ  ଜିଲ୍ଲା ରେଡକ୍ରସ ସଂସ୍ଥାରୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ସାରା ଶର୍ମାଙ୍କ ସମେତ କାଶୀନଗର ଗୋଷ୍ଠୀ ଉନ୍ନୟନ ସଂସ୍ଥାର ଏ.ବି.ଡ଼ି.ଓ , କାଶୀନଗର ବ୍ଳକ ଚେୟାରମ୍ୟାନ ଚିତ୍ରି ସିମାଦ୍ରୀ ଉପସ୍ଥିତ ରହିଥିଲେ। ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.