ବେଆଇନ ମଦ କାରବାର : ଦୁଇ ଗିରଫ

0 2

ବଡ଼ବିଲ (ଶାସକ ପ୍ରଶାସକ) ବେଆଇନ ମଦ କାରବାର ଅଭିଯୋଗରେ ବଡ଼ବିଲ ପୋଲିସ ଗତକାଲି ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦୁଇଜଣ ହେଲେ ବଡ଼ବିଲ ଚଟେଇହଟିଂ ଅଞ୍ଚଳର  ମଙ୍ଗୁଳୁ ଗୋପ (୩୮) ଓ ଭୁଶୁଗାଁ ଆଜାଦ ବସ୍ତି ଅଞ୍ଚଳର ଗଉରା ପାତ୍ର (୪୩)। ମଙ୍ଗଳୁ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଗଉରା ନିକଟରୁ ୨୦ ବୋତଲ ବିଦେଶୀ ମଦ ଜବତ ହୋଇଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ଆଜି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.