କିପରି ପଥର ମା…ଫିଙ୍ଗିଲା ବେଳକୁ ତା ହାତ ଥରିଲାନି !!! 

0 2

ଆଜି ବି ସମାଜରେ ଅଲୋଡା କନ୍ୟାରତ୍ନ, ନବଜାତ ଶିଶୁ କନ୍ୟା ଡ୍ରେନରେ 

ପଦ୍ମପୁର(ଶାସକ ପ୍ରଶାସକ) : ସତରେ କିଏ ସେହି ପାଷାଣୀ ମା, ଯିଏ ସଦ୍ୟ ଜନ୍ମ ହୋଇଥିବା ନିଷ୍ପାପ ଶିଶୁଟାକୁ ରାସ୍ତାକଡ଼ରେ ଜିଅନ୍ତା ଫିଙ୍ଗିଦେଇ ଅନ୍ଧାରି ଆଉ ପରିଚୟହୀନ ଭବିଷ୍ୟତର ଅଟଳ ଗହ୍ୱର ଭିତରକୁ ଠେଲି ଦେଲା | ନିଜ ଦେହର ଭୋକ ମେଣ୍ଟାଇବାକୁ ଯାଇ ଏକ ଅମୃତର ସନ୍ତାନକୁ ଜନ୍ମଦେଇ ତାକୁ ବିଷର ଦଳଦଳ ଭିତରେ ଛାଡିଦେଲା | ଏ ନିଷ୍ପାପ ଶିଶୁଟିକୁ ଫିଙ୍ଗିଲା ବେଳକୁ ତା ହାତ ଥରିଲାନି ! ତା ବିବେକ ବାଧା ଦେଲାନି ! ତା କାଇଁ କାଇଁ କାନ୍ଦ ତାକୁ ହାତକୁ ରୋକିଲାନି ! ଛିଃ ଛିଃ …..| ଏବେ ଚର୍ଚ୍ଚା, ଏଇ ନିଷ୍ପାପ କନ୍ୟାଟି  ଅଲୋଡ଼ା କନ୍ୟା ଶିଶୁ, ନ କୁଆରୀ ମାତୃତ୍ୱର ପରିଣତି !!! ଯଦି ଅଲୋଡ଼ା କନ୍ୟା ଶିଶୁ ତେବେ କୁଆଡେ ଗଲା ବେଟି ବଢ଼ାଓ ବେଟି ବଚାଓର ନାରା ! ନାଇଁ ଯଦି ଅବାଂଛିତ କୁଆଁରୀ ମାତୃତ୍ଵ ତେବେ ଆମ ସମାଜ ଆଉ ଆମ ବିବେକର ଗତି  କୁଆଡେ ! ଏଭଳି ଏକ ହୃଦୟକୁ ଆନ୍ଦୋଳିତ  ଦୃଶ୍ୟ ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା ପଦ୍ମପୁରରେ | ଗୋଟିଏ ନବଜାତ ଜୀବିତ ଶିଶୁକନ୍ୟାକୁ କେହି ଜଣେ ଡ୍ରେନରେ ଫିଙ୍ଗି ଦେଇଥିବା ଦେଖିଵାକୁ ମିଲିଛି । 

ସୂଚନା ଅନୁସାରେ ପଦ୍ମପୁର ସହରର ଓ୍ବାର୍ଡ ନମ୍ବର ୦୬ ଶାସ୍ତ୍ରୀ ଛକ ପାଖରେ ଥିବା ସାହିର ଡ୍ରେନରେ ଏକ ନବଜାତ ଶିଶୁକନ୍ୟା କୁ ଫିଙ୍ଗି ଦିଆଯାଇଥିଲା। ସେହି ସାହିର ସମ୍ଭୁ ନାମକ ଜଣେ ବ୍ୟକ୍ତି ସକାଳ ୫ଟା ସମୟରେ ଶୌଚ ପାଇଁ ଯାଇଥିବା ସମୟରେ କୁନି ଶିଶୁର କାନ୍ଦ ଶୁଣିଥିଲେ | କାନ୍ଦ କେଉଁଠୁ ଚୁଭଉଁଛି ବୋଲି ଖୋଜିଥିଲେ | ଦେଖିଲା ବେଳକୁ ଗୋଟାଏ ଡ୍ରେନରେ ପଡିଥିବା ପ୍ଲାଷ୍ଟିକ ବସ୍ତାରୁ କାନ୍ଦ ସ୍ୱର ଶୁଭୁଛି |  ପ୍ଲାଷ୍ଟିକ ବସ୍ତା ବସ୍ତା ଖୋଲି ଦେଖିକ ବେଳକୁ ନବଜାତ ଶିଶୁକନ୍ୟା କାଦୁଅରେ ଯୁଡୁବୁଡୁ ଅବସ୍ଥାରେ ପାଇଥିଲେ । ସେ ଏ ବିଷୟରେ ସାହି ବାସିନ୍ଦାଙ୍କୁ ଖବର ଦେଇଥିଲେ ପରେ ଶିଶୁକୁ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଛି ।

 

 

 

 

 

 

Leave A Reply

Your email address will not be published.