ବରଗଡ(ଶାସକ ପ୍ରଶାସକ ) :- ଆଜି ବରଗଡ଼ ଜିଲ୍ଲା ବରପାଲି ର ଜଗନ୍ନାଥ ନଗର ମାଷ୍ଟର କଲୋନୀରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକର ବୟସ ପ୍ରାୟ ବାଇଶି ପାଖାପାଖି ଅନୁମାନ କରାଯାଉଛି । ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ବରପାଲି ପୋଲିସ ଘଟଣା ସ୍ଥଳରେ ପହଂଛି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଖବର ପାଇଁ ବରଗଡ଼ SP ପଦ୍ମିନୀ ସାହୁ ମଧ୍ୟ ତତ୍କ୍ଷଣାତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏପଟେ ପୋଲିସ ସନ୍ଧାନୀ କୁକୁର ଲଗାଇ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିପଡି ଥିବାବେଳେ ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।
Sign in
Sign in
Recover your password.
A password will be e-mailed to you.
Prev Post