ବିପଦ ସଂକୁଳ ବିଦ୍ୟୁତ ଟ୍ରାନ୍ସଫର୍ମର:  ବିଦ୍ୟୁତ ବିଭାଗର ଅବହେଳା

0 2

କଣ ମଣିଷ ମଲାପରେ ଚେତିବ !!!

ବୀରମହାରାଜପୁର – (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ଗ୍ରାମର ମୁଖ୍ୟ ରାସ୍ତା କଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି। ବୀରମହାରାଜପୁର ଠାରୁ ସୁବଳୟା  ମୁଖ୍ଯ ରାସ୍ତା କଡର  ଜଟେସିଂହା ଠାରେ  ବିଦ୍ୟୁତ ବିଭାଗ ବସାଇଛି ମୃତ୍ୟୁଯନ୍ତା । ଦୀର୍ଘବର୍ଷ ହେଲା ବିନା ସୁରକ୍ଷା ବଳୟରେ ବିପଦପୂର୍ଣ୍ଣ ଭାବେ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ କରିଅଛି । ଏହି  ଟ୍ରାନ୍ସଫର୍ମର ପାଖରେ ଦୋକାନ ଗୃହ, ବାସଗୃହ ଖାଲି ସେତିକି ନୁହେଁ ଏହି ସ୍ଥାନକୁ ଗ୍ରାମବାସୀ ଙ୍କ ଗୃହପାଳିତ ପଶୁ, ଛେଳି, ମେଣ୍ଢା, ଚରିବାକୁ ଯାଆନ୍ତି । ତେବେ ବିଦ୍ୟୁତ ଟ୍ରାନ୍ସଫର୍ମର କିଛି ସ୍ଥାନରେ ବିଦ୍ୟୁତ୍ ତାର ସବୁ ଓହଳି ରହିଛି ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏଭଲି ବିଦ୍ୟୁତ ବିଭାଗ ଅବହେଳା ଯୋଗୁଁ ଜନସାଧାରଣ ଓ ପଶୁ ପକ୍ଷୀ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହି ଖବର ଟି ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ବିଭାଗ ଅଣଦେଖା କରୁଛି । ତୁରନ୍ତ ଏଥି ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସୁଧାର ଆଣିବାକୁ ଜନସାଧାରଣରେ ଦାବି ହୁଏ ।

 

Leave A Reply

Your email address will not be published.