ସ୍ୱୟଂ ସମ୍ପୂର୍ଣ୍ଣ ପୁର୍ଣ୍ଣାଙ୍ଗ ସମାଜ ଗଠନ ଆମର ଲକ୍ଷ୍ୟ : ଅରୁଣ

0 2
  • ଓଡ଼ଗାଁରେ ଅନୁଷ୍ଠିତ ହେଲା ମାରାଥନ୍ 

  • ନବନିର୍ମିତ ଆଦର୍ଶ ବିଦ୍ୟାଳୟର ଗୃହ ଲୋକାର୍ପିତ 

  • ଅଂଚଳର ବିକାଶ ନେଇ ବରିଷ୍ଠ ନାଗରିକ ମାନଙ୍କ ସହ ଅରୁଣଙ୍କ ଆଲୋଚନା

  • ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉଦ୍ୟାନ ଭବନ ଉଦ୍ଘାଟିତ 

ଓଡ଼ଗାଁ,(Srikanta Mishra): ଯେଉଁଠାରେ ନଥିବ ପରଆପଣା ଭେଦଭାବ, ପାର୍ଥକ୍ୟ ଓ ଦୁରତା । ଥିବ କେବଳ ଶାନ୍ତି ଶୃଙ୍ଖଳା ଆଉ ଅନାବିଳ ପ୍ରେମ । ରହିଥିବା ଜଣକର ଅନ୍ୟ ଜଣଙ୍କ ପାଇଁ ଉତ୍ସର୍ଗୀକୃତ ଭାବନା । ଏକରୁ ଅନେକ । ଅନେକରୁ ଏକ । କୁଢ କୁଢ ସମ୍ଭାବନା । ଏହିଭଳି ଏକ ସ୍ୱୟଂ ସମ୍ପୁର୍ଣ୍ଣ ପୁର୍ଣ୍ଣାଙ୍ଗ ସମାଜ ଗଠନ ଆମର ଲକ୍ଷ୍ୟ ହେଉ । ତାହାହେଲେ ଲକ୍ଷ୍ୟ ହେବ ସ୍ଥିର । ନୈତିକ ବିକାଶ ଘଟିଲେ ଭୈାଗୋଳିକ ବିକାଶ ସୁନିଶ୍ଚିତ ବୋଲି  ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମାରାଥନ୍ ଉଦ୍ଘାଟନ କାର୍ଯ୍ୟକ୍ରମ ଅବସରରେ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆୟୋଜିତ ଜନସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ,  ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଏହି ଭାବନାତ୍ମକ ବକ୍ତବ୍ୟ ରଖିଥିଲେ ।  

ଅନ୍ୟମାନଙ୍କ ମଧ୍ୟରେ  ସମ୍ମାାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି,  ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ସୁଧାକର ସାହୁ ଏବଂ ବିଡିଓ ସ୍ୱାତୀଲେଖା ଦାସ ଯୋଗ ଦେଇଥିବା ବେଳେ ନୟାଗଡ଼ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବିଜ୍ଞାପିତ ଅଂଚଳ ପରିଷଦ ଓଡ଼ଗାଁର ୩୮ଜଣ ଏବଂ ଆରଡା, ବାଣ୍ଠପୁର, ରୋହିବାଙ୍କ, କୋମଣ୍ଡ, ସାକେରୀ, କୋରପିଠା, ପାଣ୍ଡେରିପଡା ଓ ପନ୍ତିଖାରୀ ଏପରି ୯ଟି ଗ୍ରାମ ପଂଚାୟତର ୨୪୫ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଥିଲା । ଏଥି ପୁର୍ବରୁ ଏନଏସି  ଦ୍ୱାରା ନିର୍ମାଣ ହୋଇଥିବା ରଘୁନାଥ ହସ କ୍ଲବକୁ ଅତିଥିମାନେ ଉଦ୍ଘାଟନ କରିବା ପରେ ମନ୍ତ୍ରୀ ଡ. ସାହୁ ଓଡ଼ଗାଁ  ବରିଷ୍ଠ     ନାଗରିକ ମାନଙ୍କ ସହ ଅଂଚଳର ବିକାଶ ନେଇ ଆଲୋଚନା କରିଥିଲେ । ଏହାପରେ ଓଡ଼ଗାଁ ଆଖୁପଦରଠାରେ ଶିକ୍ଷା ବିଭାଗ ଦ୍ୱାରା ନବନିର୍ମିତ ଆଦର୍ଶ ବିଦ୍ୟାଳୟର ଗୃହକୁ ମନ୍ତ୍ରୀ ଡ଼ ସାହୁ ଉଦ୍ଘାଟନ କରିଥିଲେ  । ୪ କୋଟି ଟଙ୍କା ବ୍ୟୟରେ ଏହି ବିଦ୍ୟାଳୟ ଗୃହକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଅତିଥିମାନଙ୍କର ଆଳାପ ଆଲୋଚନା ହୋଇଥିଲା । ଶିକ୍ଷା ବିଭାଗ ସହିତ ମଦନ ମହାପାତ୍ର ଏଥିରେ ସହଯୋଗ କରିଥିଲେ । ଶେଷରେ ଓଡ଼ଗାଁର ରାବେରା ଗୋଡିସାହି ନିକଟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉଦ୍ୟାନ ଭବନ ମଧ୍ୟ  ଅତିଥିମାନେ ଉଦ୍ଘାଟନ କରିଥିଲେ । 

Leave A Reply

Your email address will not be published.