ପ୍ରକୃତି ନୈବ ମୁଚ୍ୟତେ, ୟଦି ମୁଚ୍ୟତେ କିଂଚିତ କିଂଚିତ 

0 2

ବରଗଡ :-  ବରଗଡ ଜିଲ୍ଲା ପାଇକମାଲ ପୋଲିସ ଆଜି ଅଶୋକ ସିଂ ନାମକ ଜଣେ ଯୁବକକୁ ଚୋରି ଅଭିଯୋଗ ରେ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ସରକାରୀ ଡାକ୍ତରଖାନାର କର୍ମଚାରୀ ମାନେ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ରାତିରେ ଡାକ୍ତର ଖାନାର ଇନଭର୍ଟର  ଓ ଅନ୍ୟାନ୍ୟ କିଛି ସାମଗ୍ରୀ ଚୋରି ହେଇଯାଇଛି । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଅନୁସନ୍ଧାନ ଆରମ୍ଭ କରିଥିଲେ । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ ଅଶୋକର ଘରୁ ଚୋରି ହେଇଥିବା ଇନଭର୍ଟର ଜବତ କରିବା ସହିତ ଅଶୋକକୁ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ଅଶୋକ ର ନାମରେ ପୂର୍ବରୁ ବହୁ ଚୋରି ଅଭିଯୋଗ ରହିଛି । ସେ ବହୁଥର ଜେଲ ବି ଯାଇଛି । ଜେଲରୁ ଫେରିବାପରେ ପୁଣି ଚୋରି କରୁଛି ।

 

Leave A Reply

Your email address will not be published.