ବରଗଡ :- ମଦ୍ୟପାନ କରି ଗାଡି ଚଳାଇବାର ପରିଣାମ ଭୋଗିଛନ୍ତି ଆଜି ଝାରବନ୍ଧ ତୁର୍ଲା ଗ୍ରାମର ଗୋପୀନାଥ ଦାଉ ଓ ଶ୍ୟାମ କୁମାର ମଲ୍ଲିକ । ପ୍ରାପ୍ତ ସୂଚନା ଅନୁସାରେ ଏହି ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ଏକ ବାଇକ ଯୋଗେ ଯାଉଥିବା ବେଳେ ପାଇକମାଲ ଝାରବନ୍ଧ ରାସ୍ତାର ଚୁହାପଲି ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଇଥିଲେ । ସ୍ଥାନୀୟ ଲୋକ ଙ୍କର ସାହାଯ୍ୟ ରେ ଦୁର୍ଘଟଣା ଗ୍ରସ୍ତ ଉଭୟ ଯୁବକ ଦ୍ୱୟଙ୍କୁ ପ୍ରଥମେ ପାଇକମାଲ ଡାକ୍ତର ଖାନାକୁ ଅଣାଯାଇଥିଲା । ଅବସ୍ଥା ଅତି ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post