ଡିସେମ୍ବର ପ୍ରଥମ ଦିନକୁ ଉଲ୍ଲାସରେ ପାଳିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ 

2

ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଖ୍ରୀଷ୍ଟ ଧର୍ମାବଲମ୍ବୀ ଡ଼ିସେମ୍ବର 1 ତାରିଖରେ ବହୁ ଆଡମ୍ବରରେ ବଡ଼ଦିନ (ଯୀଶୁଙ୍କ ଜନ୍ମ ଦିନ)କୁ ସ୍ୱାଗତ କରିଛନ୍ତି I ବଡ଼ଦିନ ସ୍ୱାଗତ ଉତ୍ସବ ଅବସରରେ ଘୁ. ଉଦୟଗିରି ସ୍ଥିତ କନାବାଗେରି ଉତ୍ତର ଭାରତ ମଣ୍ଡଳୀରେ ସନ୍ଧ୍ୟା ଉପାସନା ହୋଇଥିଲା I ଏହି ଉପାସନାକୁ ଘୁ.ଉଦୟଗିରି ପାଷ୍ଟରେଟର ସମ୍ପାଦକ ଆମୋଦ ଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ୱଳନ କରିବାସହ ସି. ଡି. ମଜେସ ଶାହା ବାଇବଲ ଧର୍ମ ଶାସ୍ତ୍ରରୁ ଯୀଶୁଙ୍କ ଜନ୍ମର ଉଦେଶ୍ୟା ସମ୍ପର୍କର ପ୍ରଚାର କରିଥିଲେ ଏବଂ ପାଳକ ଯକ୍ଷ ଦିଗାଳ ଉତ୍ସବକୁ ପରିଚାଳନା କରି ଥିଲେ I ଏହି ଉତ୍ସବ ଅବସରରେ କନବାଗେରି ମଣ୍ଡଳୀର ମହିଳା ସମିତି ଏବଂ ସନଡେ ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା I

Leave A Reply

Your email address will not be published.